ପୋଲିସ୍ କାହିଁକି ଡାକ୍ତରଖାନାରେ ବେଡି ପକାଇ ରଖିଛି ଏହି ବ୍ଯକ୍ତିଙ୍କୁ

ବାଲେଶ୍ବର(କେନ୍ୟୁଜ୍):ପୁଣିଥରେ ନୀଳଗିରି ପୋଲିସର ଦବଙ୍ଗଗିରି।  ମିଛ ମାମଲା ଆଧାରରେ ଜୈନିକ ଜଣେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିକୁ ଗିରଫ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକର ଜଣେ ଟିଭି ଗଣମାଧ୍ୟମର ପ୍ରତିନିଧିଙ୍କୁ ପୋଲିସ ମିଛ ମାମଲାରେ ଫସାଇ ଗିରଫ କରିଥିବା ଜଣାପଡିଛି।

ଗତ ମଙ୍ଗଳବାର ରାତିରେ ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ହୋଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ମାନେ ଉଭୟକୁ ବୁଝା ସୁଝା କରି ସମାଧାନ କରିଥିବାବେଳେ ବୁଧବାର ସକାଳେ ହଠାତ୍ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିବା ଜଣାପଡିଛି।

ତେବେ ସାମ୍ବାଦିକଙ୍କ ସାସ୍ଥ୍ୟବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ଗତକାଲି ରାତିରେ ବାଲେଶ୍ବର ଜିଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନୀଳଗିରି ପୋଲିସର ଏଭଳି ଆକ୍ରୋଶମୂଳକ ଭାବେ କରିଥିବା ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା। ଅନ୍ଯପଟେ ସାମ୍ବାଦିକଙ୍କୁ ଜଣେ ହାର୍ଡକୋର୍ ଅପରାଧୀ ଭଳି ମେଡିକାଲରେ ଗୋଡ଼ରେ ବେଡ଼ି ପକାଇ ରଖିବା ଘଟଣାଙ୍କୁ ସମସ୍ତ ସାମ୍ବାଦିକ ନିନ୍ଦା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.