ସୁଟ ବୁଟ ପିନ୍ଧି ଠେଲାରେ ଖାଦ୍ୟ ବିକୁଛନ୍ତି ଏହି ଦୁଇ ଭାଇ, କାରଣ ଟିକେ ଜାଣି ରଖନ୍ତୁ ତ

କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ । ହୁଏତ ଏହି କାରଣ ଯୋଗୁଁ ଆଜିକାଲି ଯୁବପିଢ଼ି ଏହି କାରଣରୁ ଆଉ ଚାକିରୀ ଭରସାରେ ଏତେଟା ରହୁନାହାନ୍ତି । ସେମାନେ ଷ୍ଟାର୍ଟଅପ ତଥା ବ୍ୟବସାୟରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଅଧିକ ଉଚିତ ମଣୁଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମୋହାଲିର ଦୁଇ ଏମବିଏ ପଢୁଆ ଚାହା ବିକାଳୀ । ଏମିତି ଖୁବ ଲୋକଥିବେ ଯେଉଁମାନେ ଚାକିରୀ ଛାଡି ବିଜିନେସରେ ନିଜ ଭାଗ୍ୟ ପରୀକ୍ଷା କରିଥିବେ । କିନ୍ତୁ ଏମାନଙ୍କର ଠାରୁ ଟିକିଏ ଭିନ୍ନ ହେଉଛନ୍ତି ଏହି ଚାହା ଵାଲା ଜଣକ । ଚାହା ବିକି ନିଜ ସାମର୍ଥ୍ୟର ଚାକିରୀ ଠାରୁ ବି ଅଧିକ ରୋଜଗାର କରୁଛନ୍ତି । ଅବଶ୍ୟ ଏମାନେ ଜଣେ ନୁହନ୍ତି ଦୁଇ ଜଣ । ମୋହାଲି ଠାରେ ଏହି ଦୁଇ ଭାଇ ପାପଡ଼ି, ଚାଟ, ଦହି ଭଲଲା, ଗୋଲଗପ୍ପା ଆଦି ବିକ୍ରି କରୁଛନ୍ତି । କିନ୍ତୁ ଏହି ସବୁ ଜିନିଷକୁ ବିକ୍ରି କରିବା ଅନ୍ଦାଜ ଏବେ ଇଣ୍ଟରନେଟରେ ଭାଇରଲ ହେବାରେ ଲାଗିଛି । ଆଉ ଏମାନଙ୍କର ସୁଟ ବୁଟ ପିନ୍ଧା ଚାଟ ବିକିବା ଅନ୍ଦାଜ ବି ଏବେ ଦ୍ରୁତ ବେଗରେ ଭାଇରଲ ହେବାରେ ଲାଗିଛି । ଆଉ ଦେଖିଲେ ଯେମିତି ଅନ୍ୟ ମାନଙ୍କ ଠାରୁ ବାରି ହୋଇପଡୁଛନ୍ତି ଏହି ଦୁଇ ଭାଇ । ଯେ କେହି ବି ପ୍ରଥମେ ଦେଖିବ ମନକୁ ଆସିବ ଇଏ କଣ ସୁଟବୁଟ ପିନ୍ଧା ଚାଟ ବିକାଳୀ ।

 

suit boot
image credit: Navbharat times

 

ଏଇ ନିକଟରେ ହିଁ ହ୍ୟାରୀ ଉପଲ ନାମକ ଜଣେ ୟୁବ ଟ୍ୟୁବର ସେହି ଦୋକାନକୁ ଯାଇଥିଲେ ଆଉ ତାଙ୍କ ଭିଡିଓ ସୁଟ କରିଥିଲେ । ଆଉ ଏହି ସମୟରେ ୟୁବ ଟ୍ୟୁବର ଜଣକ ତାଙ୍କୁ ପଚାରି ବସିଥିଲେ ଦୋକାନ ବସୁଥିବା ସମୟରେ କାହିଁକି ସୁଟ ବୁଟ ପିନ୍ଧୁଛନ୍ତି । ରୋଷେଇ ସମୟରେ ଧୂଆଁ ବାହାରି ବାହାରି ସ୍ୱାସ୍ଥ୍ୟ ଖରାପ ହୋଇଯିବ । ଏହାର ଉତ୍ତରରେ ୨୨ ବର୍ଷୀୟ ଯୁବକ ଜଣକ କହିଥିଲେକି, ଏହା କେବଳ ମାତ୍ର ହୋଟେଲ ମେନେଜମେଣ୍ଟର ଏକ ଭାଗ । ସେ ଏହା ମଧ୍ୟ କହିଥିଲେକି ତାଙ୍କ ନିକଟରେ ହୋଟେଲ ମ୍ୟାନେଜମେଣ୍ଟର ଡିଗ୍ରୀ ଅଛି । ତେଣୁ ଲୋକମାନଙ୍କୁ ଜଣାଇବା ପାଇଁ ହିଁ ଆମେ ଏମିତି ପୋଷାକ ପିନ୍ଧୁଛୁ ବୋଲି ସେ କହିଥିଲେ | ସୁଚାଇ ଦେବା ଉଚିତ ହେବକି ଏହି ଦୁଇ ଭାଇ ମୋହାଲିର ଏକ ସଡକ କଡରେ ଏକ ଠେଲା ଦୋକାନ ଦେଇଛନ୍ତି । ଗତ କିଛି ମାସ ହେବ ନିଜ ବ୍ୟବସାୟକୁ ସଫଳ କରିବା ପାଇଁ ଏମାନେ ଖୁବ ପ୍ରାଣପଣେ ଚେଷ୍ଟା କରି ଆସୁଛନ୍ତି । ଏହି ଭିଡିଓ କ୍ଲିପଟିକୁ ମାର୍ଚ୍ଚ ୨୪ତାରିଖରେ ସେୟାର କରାଯାଇଥିବା ବେଳେ ଏଯାବତ ଏହାକୁ୫ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି | ଯେବେକି ୨୦ ହଜାରରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି ।

ଏହି ଦୁଇ ଭାଇଙ୍କର ବିଭିନ୍ନ ସୋସିଆଲ ମିଡିଆରେ ଖୁବ ପ୍ରସଂଶା କରାଯାଉଛି । ଜଣେ ୟୁଜର କହିଛନ୍ତକି ଏହି ଦୁଇ ଯୁବ ଶେଫ ଖୁବ ଶୀଘ୍ର କୋଟିପତି ହୋଇଯିବେ । ଯେବେକି ଅନ୍ୟଜଣେ ଲେଖିଛନ୍ତିକି ସର୍ଦାର ଜି ଆପଣ ତ କମାଲ କରିଦେଲେ | କିଛି ୟୁଜର ଏହି ଦୁଇ ଭାଇଙ୍କ ଚେଷ୍ଟାକୁ ସାଲ୍ୟୁଟ ବି କରିଛନ୍ତି | ଆଉ କହିଛନ୍ତିକି ଆପଣ ଦୁଇ ଜଣ ଅନ୍ୟ ଷ୍ଟ୍ରିଟଭେଣ୍ଡରଙ୍କ ପାଇଁ କୌଣସି ମିଶାଲ ଠାରୁ କମ ନୁହନ୍ତି । ଅନ୍ୟ ମାନେ ଆପଣ ଦୁହିଁଙ୍କ ଠାରୁ ଅନେକ କିଛି ଶିଖିପାରିବେ । ତାଙ୍କ ଏହି ଡ୍ରେସ କୋରଡ଼ ସେମାନଙ୍କୁ ଆହୁରି ଅଧିକ ପ୍ରଫେସନାଲ କରି ଗଢି ତୋଳୁଛି ବୋଲି ଆଉ ଜଣେ ୟୁଜର ନିଜ କମେନ୍ଟ ବକ୍ସରେ ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.