Below header

ନିଜ ପ୍ରେମିକକୁ ବାହା ହେବାକୁ ଚାହୁଁଥିଲେ ଯୁବତୀ…ହେଲେ ମାନିଲାନି ପରିବାର; ଶେଷରେ କୋଠାରୁ ଡେଇଁ ଆତ୍ମହତ୍ୟା କରିଦେଲା ପ୍ରେମିକା

ହାଇଦ୍ରାବାଦରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି ଯେ ୨୧ ବର୍ଷୀୟା ଜଣେ ଯୁବତୀ ମେଟ୍ରୋ ଷ୍ଟେଶନ ବିଲ୍ଡିଂରୁ ଡେଇଁ ପଡ଼ୁଛନ୍ତି। କୁହାଯାଉଛି ଯେ ଯୁବତୀ ପ୍ରେମ ବିବାହ କରିବାକୁ ଚାହୁଁଥିଲେ, ହେଲେ ପରିବାର ଲୋକେ ଏଥିରେ ରାଜି ନ ହେବାରୁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ।

ତେବେ ବିଲ୍ଡିଂରୁ ଡେଇଁବା ପରେ ଯୁବତୀଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ୨୧ ବର୍ଷୀୟା ଏହି ଯୁବତୀଙ୍କ ନାଁ ଶବନମ୍‌ ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ବିବାହକୁ ନେଇ ଯୁବତୀଙ୍କର ତାଙ୍କ ପରିବାର ଲୋକଙ୍କ ସହିତ ଝଗଡ଼ା ଲାଗିଥିଲା, ଯେଉଁ କାରଣରୁ ସେ ଘର ଛାଡ଼ି ଚାଲି ଯାଇଥିଲେ। ଏହାର କିଛି ସମୟ ପରେ ମେଟ୍ରୋ ଷ୍ଟେଶନ ବିଲ୍ଡିଂରୁ ଡେଇଁ ଆତ୍ମହତ୍ୟା କରିଥିଲେ। ପୋଲିସ ଷ୍ଟେଶନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବାରେ ଲାଗି ପଡ଼ିଛି, ଯାହାକୁ ଆଧାର କରି ମାମଲାର ତଦନ୍ତ କରାଯିବ।

ସେପଟେ ଘଟଣା ବିଷୟରେ ଜାଣିବା ପରେ ଯୁବତୀଙ୍କ ପରିବାର ଲୋକେ ଛାତି ଫଟେଇ କାନ୍ଦୁଛନ୍ତି। ପୋଲିସର କହିବା ହେଲା, ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ଏବଂ ମାମଲାର ତଦନ୍ତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.