ବର୍ବରତା : ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ମାର୍ଶାଘାଇ (କେନ୍ୟୁଜ୍) : ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ନିଜ ଝିଅ ଓ ଜ୍ୱାଇଁଙ୍କ ସହ ମହିଳା ଜଣକ ଭଡ଼ା ଘରେ ରହୁଥିବା ବେଳେ, ଗତ ୧୪ ତାରିଖରେ ଜଣେ ମହିଳାଙ୍କ ସମେତ ୬ଜଣ ଦୁର୍ବୃତ୍ତ ନିଜକୁ ପୋଲିସର ପରିଚୟ ଦେଇ ଘରେ ପଶି ନିର୍ଧୁମ୍ ମାଡ଼ ମାରିଥିଲେ । ୩ ଜଣଙ୍କୁ ଏକ ବୋଲେରୋରେ ନେଇଯାଇଥିଲେ । ସେଠାରେ ଜଣକ ପରେ ଜଣେ ୬ଜଣ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ମହିଳା ଜଣକ କାନ୍ଦି କାନ୍ଦି ଅଚେତ ହୋଇଯିବା ପରେ ତାଙ୍କୁ ଛାଡି ଦେଇଥିଲେ । ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖି ମାର୍ଶାଘାଇ ପୋଲିସର ପଚରାଉଚରା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.