ଲଭ-ସେକ୍ସ-ବିବାହ ଆଉ ତାପରେ ଧୋକା, ୨୦ ଲକ୍ଷ ଟଙ୍କା ଯୌତୁକ ଦାବି କଲେ ଶାଶୁ ଘର ଲୋକେ

ଲଭ-ସେକ୍ସ-ବିବାହ ଆଉ ତାପରେ ଧୋକା । ସ୍ୱାମୀ ନାରେ ପ୍ରତାରଣା ଅଭିଯୋଗ ଆଣିଲେ ପତ୍ନୀ । ରାଜଧାନୀର ଏହି ଘଟଣା ଏବେ ନିଦ ଭାଙ୍ଗିଦବ ସବୁ ଅନ୍ଧ ପ୍ରେମୀ ମାନଙ୍କର । ଯେଉଁମାନେ ପ୍ରେମରେ ଅନ୍ଧ ହୋଇ ନେଇଥାନ୍ତି ଭୁଲ୍ ପଦକ୍ଷପ । ନିଜ ଜନ୍ମକଲା ବାପା ମାଙ୍କୁ ପର କରି ଚାଲିଆସନ୍ତି କେଇ ଦିନର ମିଛ ସମ୍ପର୍କ ସହିତ । ଆଉ ତାପରର ସ୍ଥିତି ଯାହା ହୁଏ ତାହା ଆପଣଙ୍କ ସାମ୍ନାରେ ।

ଭୁବନେଶ୍ୱର (କେନ୍ୟୁଜ): ଲଭ-ସେକ୍ସ-ବିବାହ ଆଉ ତାପରେ ଧୋକା । ସ୍ୱାମୀ ନାରେ ପ୍ରତାରଣା ଅଭିଯୋଗ ଆଣିଲେ ପତ୍ନୀ । ରାଜଧାନୀର ଏହି ଘଟଣା ଏବେ ନିଦ ଭାଙ୍ଗିଦବ ସବୁ ଅନ୍ଧ ପ୍ରେମୀ ମାନଙ୍କର । ଯେଉଁମାନେ ପ୍ରେମରେ ଅନ୍ଧ ହୋଇ ନେଇଥାନ୍ତି ଭୁଲ୍ ପଦକ୍ଷପ । ନିଜ ଜନ୍ମକଲା ବାପା ମାଙ୍କୁ ପର କରି ଚାଲିଆସନ୍ତି କେଇ ଦିନର ମିଛ ସମ୍ପର୍କ ସହିତ । ଆଉ ତାପରର ସ୍ଥିତି ଯାହା ହୁଏ ତାହା ଆପଣଙ୍କ ସାମ୍ନାରେ।

ସବୁ ଝିଅଙ୍କର ସ୍ୱପ୍ନ ଥାଏ, ଭଲ ଜୀବନ ସାଥୀ ସହିତ ଭଲ ଶାଶୁଘରଟିଏ ଯେମିତି ପାଉ । ତା ସୁଖ ଦୁଃଖ ସେ ସେମାନଙ୍କ ସହିତ ବାଣ୍ଟୁ । ହେଲେ ଏଇ ଯୁବତୀଙ୍କୁ ଆଜି ନିଜ ପ୍ରେମ ପାଇଁ ହସ୍ତସନ୍ତ ହେବାକୁ ପଡିଛି । ଯାହା ପାଇଁ ଦିନେ ସେ ନିଜ ଘର ଛାଡିଥିଲେ ଆଜି ସେ ତାଙ୍କୁ ସାତ ପର କରିଦେଇଛି । ହଁ ଆଜ୍ଞା ସ୍ୱାମୀ ନାଁରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସତ ସମ୍ପର୍କ, ହେଲେ ସ୍ୱାମୀର ମିଛ ଅଭିନୟ ଅରଜି ତାଙ୍କୁ ଥାନାକୁ ବାଧ୍ୟ କରିଛି ।

ପ୍ରେମ କଲେ, ଲିଭ ଇନ ରେ ରହିଲେ । ତାପରେ ମନ୍ଦିରରେ ବିବାହ ମଧ୍ୟ କଲେ । କିନ୍ତୁ ବିବାହ ପରେ ଆରମ୍ଭ ହୋଇଗଲା ସବୁ ନିଯ୍ୟାତନା । ଶାଶୁଘର ଲୋକଙ୍କ ସହିତ ସାମିଲ ହୋଇଗଲେ ସ୍ୱାମୀ । ଶେଷରେ ନିଜ ବଡ ଭାଇର ବାହାଘର ହୋଇନଥିବା କହି ସ୍ତ୍ରୀର ଗର୍ଭପାତ ବି କରାଇଦେଲେ । ଆଉ ଏବେ କହୁଛନ୍ତି ୨୦ ଲକ୍ଷ ଟଙ୍କା ଯୌତୁକ ଆଣେ ନହେଲେ ୫ଲକ୍ଷ ନେଇ କେସ୍ ଚାପିଦେ ।

woman

ଏକଥାରେ ରାଜି ନହେବାରୁ ଘରୁ କାଢ଼ିଦେବା ସହ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଚନ୍ତି । ଏଭଳି ଏକ ସଙ୍ଗୀନ ଅଭିଯୋଗ ନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜାଗମରା ଅଞ୍ଚଳର ଏହି ଯୁବତୀ । ସ୍ୱାମୀ ସ୍ତ୍ରୀ ଏକାଠି ହେବାକୁ ଚାହୁଁଥିଲେ ବି ଏଥିରେ ବାଧକ ସାଜୁଛନ୍ତି ଶାଶୁ , ନଣନ୍ଦ ଆଉ ଭିଣେଇ । ସେପଟେ ମହିଳା ଥାନା ଅଭିଯୋଗ ଗ୍ରହଣ କରିବା ପରେ ଅଭିଯୁକ୍ତ ମାନଙ୍କୁ ବାରମ୍ବାର ଡାକୁଥିଲେ ସୁଦ୍ଧା ଥାନାରେ ହାଜର ହେଉନାହାନ୍ତି କେହି ।

ଦିନେ କହୁଥିଲେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’, ଆଉ ଏବେ କହୁଛନ୍ତି ହମ୍ ଆପକେ ହୈ କୋନ୍ । ବାହା ବାହାରେ ପ୍ରେମ । ସତରେ ପ୍ରେମ କଣ ଏତେ ଶସ୍ତା । ସମ୍ପର୍କଟା କଣ କେବଳ ସ୍ୱାର୍ଥ ପାଇଁ । ଆଜିକାଲି କିଛି ପ୍ରେମୀଯୁଗଳଙ୍କ ମିଛ ସମ୍ପର୍କ ପାଇଁ ପ୍ରେମ ଭଳି ଏକ ପବିତ୍ର ଶବ୍ଦଟା କଙ୍କଳିତ ହୋଇଯାଉଛି । ତେବେ ଏହି ଘଟଣାରେ ଅପରପକ୍ଷ ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନଥିବାବେଳେ ଏଇ ପ୍ରେମ ପକ୍ଷୀ ପୁଣି ସବୁ ସମସ୍ୟାର ସମାଧାନ କରି ସମାଜକୁ ଏକ ଭଲ ଶିକ୍ଷା ଦିଅନ୍ତୁ ଏହାହିଁ ଆଶା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.