ବାହାଘରକୁ ପୁରିଛି ମାସେ, ସ୍ୱାମୀ ଚିକିତ୍ସା ପାଇଁ ସ୍ତ୍ରୀ ମାଗୁଛି ସାହାଯ୍ୟ

ଭଦ୍ରକ(କେ ନ୍ୟୁଜ): କୋଭିଡ୍‌ ସଂକ୍ରମଣ କମୁଛି। କିନ୍ତୁ କିଛି ଗୁରୁତର ଅସୁସ୍ଥ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଅଭିଷେକ ମହାପାତ୍ର। ୩୦ ବର୍ଷର ଅଭିଷେକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି। ଉନ୍ନତମାନର ସେବା ପାଇବା ଲାଗି ତାଙ୍କୁ କୋଲକାତା ଯିବାକୁ ପଡିବ। କିନ୍ତୁ ଅର୍ଥ ବାଧକ ସାଜିଛି।

ଆବଶ୍ୟକ ଅଛି ପ୍ରାୟ ଏକ କୋଟି ଟଙ୍କା। ଅଭିଷେକଙ୍କ ଘର ଭଦ୍ରକ ବାସୁଦେବପୁରରେ। ମାସେ ତଳେ ସେ ବିବାହ କରିଥିଲେ। ଏବେ ତାଙ୍କ ପରିବାର ଲୋକେ ଅର୍ଥ ସଂଗ୍ରହ ପାଇଁ ଉଦ୍ୟମ କରୁଛନ୍ତି। ଆପଣମାନେ ଯଦି କେହି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ  ୭୦୦୮୮୨୯୧୩୯ ଓ ୯୫୮୩୫୯୬୮୮୬ ନମ୍ବରକୁ ଯୋଗାଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.