କରୋନାର ନୂଆ ଲକ୍ଷଣ : ନଖର ଆକାର ଓ ରଙ୍ଗରେ ଯଦି ଘଟୁଛି ଏପରି ପରିବର୍ତ୍ତନ, ଆପଣ ହୋଇପାରନ୍ତି ସଂକ୍ରମିତ

ନୂଆଦିଲ୍ଲୀ :  କରୋନା ଭାଇରସ ଯେପରି ଭାବେ ତା’ର ଷ୍ଟ୍ରେନ ବଦଳାଉଛି ସେହିପରି ତା’ର ନୂଆ ନୂଆ ଲକ୍ଷଣମାନ ମଧ୍ୟ ପ୍ରକାଶ ପାଉଛି । ସାଧାରଣତଃ ଜର, କାଶ,ଥଣ୍ଡା ଓ ଗନ୍ଧ-ବାସ୍ନା ଚାଲିଯିବା ଆଦି କରୋନାର ଲକ୍ଷଣ ଭାବେ ଧରାଯାଉଥିଲା । ମାତ୍ର ଏବେ କରୋନାର ନୂଆ ଲକ୍ଷଣମାନ ଦେଖାଯାଉଛି । ଏବେ କରୋନା ସଂକ୍ରମଣ ହେବା ପରେ କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଛି ।

ଯଦି ଆପଣଙ୍କ ନଖର ରଙ୍ଗ ଫିକା ପଡ଼ିଯାଏ କିମ୍ବା କିଛି ସପ୍ତାହ ପରେ ଏହାର ଆକାରରେ ପରିବର୍ତ୍ତନ ଦେଖିବାକୁ ମିଳେ । ତେବେ ଆପଣ କରୋନା ସଂକ୍ରମିତ ବୋଲି ବୁଝିବାକୁ ହେବ ।

ନଖର ଅନ୍ୟ ଏକ ଲକ୍ଷଣ ମଧ୍ୟ ଜଣାପଡ଼ିଛି ଯେ ଯଦି ଆପଣଙ୍କ ନଖ ଉପରେ ଲାଲ ରଙ୍ଗର ଅର୍ଦ୍ଧ ଚନ୍ଦ୍ର ଦେଖିବାକୁ ମିଳେ ତାହା ମଧ୍ୟ କରୋନା ସଂକ୍ରମଣ ବୋଲି ବୁଝିବାକୁ ହେବ ।

ନଖ ଉପରେ ଏହି ଅର୍ଦ୍ଧ ଚନ୍ଦ୍ର ଆକୃତି କାହିଁକି ବନେ । ଏହାର ଏକ ସମ୍ଭାବିତ କାରଣ ହେଉଛି ଭାଇରସ ଦ୍ୱାରା ଜଡିତ ରକ୍ତ ବାହିକାରେ କ୍ଷତି ହୋଇପାରେ । କିମ୍ବା ଏହା ଭାଇରସ ବିରୋଧରେ ପ୍ରତିରୋଧକ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଯେଉଁଥିପାଇଁ ରକ୍ତ ଛୋଟ ଜମାଟ ହୋଇଯାଏ ଓ ନଖର ରଙ୍ଗ ଫିକା ପଡ଼ିଯାଏ । କେତକଙ୍କ ଠାରେ ଏହି ଚିହ୍ନ ୧ ସପ୍ତାହ ରହେ ତ କେତେକଙ୍କ ଠାରେ ଏହା ୪ ସପ୍ତାହ ମଧ୍ୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.