Below header

୨୮ ସ୍ତ୍ରୀ, ୧୩୫ ପୁଅଝିଅ ଓ ୧୨୬ ନାତି ନାତୁଣୀଙ୍କ ସାମ୍ନାରେ ବ୍ୟକ୍ତି କଲେ ଏମିତି କାମ, ଲୋକେ ହୋଇଗଲେ ଲଜ୍ଜିତ!

ରାଜା ମହାରାଜାଙ୍କ ସମୟରେ ଜଣେ ଏକାଧିକ ବିବାହ କରୁଥିବା ଆପଣ କୌଣସି ପୌରାଣିକ କଥାବସ୍ତୁରେ ପଢ଼ିଥିବେ ଅବା ଶୁଣିଥିବେ। କିନ୍ତୁ ଏହି ଏକବିଂଶ ଶତାବ୍ଦୀରେ ଯଦି ବାସ୍ତବରେ କେହି ବ୍ୟକ୍ତି ୨୮ ପତ୍ନୀ ଥିବା ସତ୍ତ୍ୱେ ୩୭ତମ ବିବାହ କରିବାକୁ ଯାଆନ୍ତି, ତ ଆପଣ କ’ଣ କହିବେ? ଏମିତି ହିଁ ଏକ ବିବାହର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଟ୍ୱିଟରରେ ଏହି ଭିଡ଼ିଓକୁ ଆଇପିଏସ ଅଫିସର ରୂପିନ ଶର୍ମା ସେୟାର କରିଛନ୍ତି। ଭିଡିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘୨୮ ପତ୍ନୀ, ୧୩୫ ଛୁଆ ଓ ୧୨୬ ନାତି-ନାତୁଣୀଙ୍କ ସାମ୍ନାରେ ଏହି ବ୍ୟକ୍ତି ୩୭ତମ ଥର ବିବାହ କରୁଛନ୍ତି। ବହୁତ ବାହାଦୂର ଏହି ବ୍ୟକ୍ତି’।

କୁହାଯାଉଛି କି, ଏହି ବୃଦ୍ଧ ୩୭ତମ ଥର ବର ହୋଇଛନ୍ତି। ଏହା ପୂର୍ବରୁ ସେ ୩୬ଟି ବିବାହ କରିସାରିଛନ୍ତି। ବର୍ତ୍ତମାନ ତାଙ୍କର ୨୮ଜଣ ପତ୍ନୀ ଜୀବିତ ଅଛନ୍ତି ଏବଂ ତାଙ୍କ ସହିତ ରହୁଛନ୍ତି। ସେପଟେ ଗୋଟିଏ ପରେ ଗୋଟିଏ ବିବାହ କରିବାରେ ବ୍ୟକ୍ତିଙ୍କର ଏଭଳି ଜୋସ ଦେଖି ସୋସିଆଲ ମିଡିଆରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.