Below header

କଳିଯୁଗ ସ୍ତ୍ରୀ : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ଗୋଡେଇ ଗୋଡେଇ ପିଟିଲେ

ଗଜପତି : ଅଫିସ୍ ସାମ୍ନାରେ ସ୍ବାମୀଙ୍କୁ ମାରିଲେ ସ୍ତ୍ରୀ । କାଠ ଫାଳିଆରେ ଗୋଡେଇ ଗୋଡେଇ ପିଟିଲେ ଶାଶୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଅଂଚଳର । ଖ୍ରୀଷ୍ଟିୟାନ୍ ଧର୍ମ ଗ୍ରହଣ ନକରିବାରୁ ସ୍ବାମୀଙ୍କୁ ତାଙ୍କ ସ୍ତ୍ରୀ ଏବଂ ଶାଶୁ ପିଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଗୋବିନ୍ଦପୁର ତହସିଲ୍ ଅଫିସରେ କାର୍ଯ୍ୟରତ ଆରଆଇ ଥବିର ପଣ୍ଡା । ଥବିର ହିନ୍ଦୁ ହୋଇଥିବାରୁ ତାଙ୍କ ସ୍ତ୍ରୀ ସୁରଭି ଖ୍ରୀଷ୍ଟିୟାନ୍ । ଉଭୟ ଆଇନ୍ ଅନୁଯାୟୀ ଭବାନୀପଟଣା କୋର୍ଟରେ ପ୍ରେମବିବାହ କରଥିଲେ ।

ହେଲେ ବିବାହ ପରେ ଥବିରଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିୟାନ୍ ହେବାକୁ ବାଧ୍ୟ କରୁଥିଲେ ସ୍ତ୍ରୀ ସୁରଭି ଏବଂ ତାଙ୍କ ପରିବାର । ତେବେ ଏଥିରେ ଅମଙ୍ଗ ହେବାରୁ ଥବିରଙ୍କୁ ତାଙ୍କ ଅଫିସ୍ ସାମ୍ନାରେ ବିଚ୍ ରାସ୍ତାରେ ମାଡ ମାରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.