ଏକ ବଡ ଜନ୍ତୁକୁ ଗିଳି ଦେଲା ବିଶାଳ ଅଜଗର, ତାପରେ ହେଲା କିଛି ଏମିତି

କେନ୍ଦୁଝର(କେନ୍ଯୁଜ୍): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ସିନ୍ଦୁରିଆ ଗାଁରୁ ବିଶାଳ ଆହତ ଅଜଗର ଉଦ୍ଧାର । ସାପଟିର ଲମ୍ବ ୧୨ଫୁଟ ଏବଂ ଓଜନ ୫୦ କିଲୋ ହୋଇଥିବା ଜଣାପଡିଛି ।

ଅଜଗରଟି ଏକ ବନ୍ୟଜନ୍ତୁ ଗିଳି ଦେବା ଫଳରେ ଯାଇପାରି ନଥିଲା । କେହି ଦୁର୍ବୃତ୍ତ ଅଜଗରକୁ ଆଘାତ କରିଥିବା ମଧ୍ୟ ଜଣାପଡିଛି । ବନ ବିଭାଗ ପକ୍ଷରୁ ଡାକ୍ତର ବନ୍ଦିତା ମିଶ୍ର ପହଞ୍ଚି ସାପଟିର ଚିକିତ୍ସା କରିଛନ୍ତି । ସାପଟିକୁ ଉଦ୍ଧାର କରି ବିମଳା ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।ସୁସ୍ଥ ହେବା ପରେ ଜଙ୍ଗଲରେ ଛଡ଼ାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.