Below header

ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ବନ୍ୟଜନ୍ତୁ, ନିହାଣଗଣ୍ଡି ଗାଁରୁ ହରିଣ ଉଦ୍ଧାର

କରଞ୍ଜିଆ(କେନ୍ୟୁଜ୍): ଗାଁ ମୁହାଁ ବନ୍ୟଜନ୍ତୁ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପରେ ଏବେ ଗାଁ ମୁହାଁ ହୋଇଛନ୍ତି ବନ୍ୟଜନ୍ତୁ । ଆଜି ସକାଳୁ ଠାକୁରମୁଣ୍ଡା ରେଞ୍ଜ ଅଧିନରେ ଥିବା ନିହାଣଗଣ୍ଡି ଗାଁରେ କିଛି ହରିଣଙ୍କୁ ଦେଖିବାକୁ ମିଳିଛି । ସେଥିମଧ୍ୟରୁ କିଛି ହରିଣ ଜଙ୍ଗଲକୁ ପଳାଯାଇଥିବାବେଳେ ଗୋଟିଏ ହରିଣ ଗାଁରେ ଫସି ଯାଇଥିଲା ।

ଗ୍ରାମବାସୀ ହରିଣଟିକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଉଦ୍ଧାର ପରେ ହରିଣଟିକୁ ଅଭୟାରଣ୍ୟର କୋର ଏରିଆ ରାଣୀଭୋଳ ଜଙ୍ଗଲରେ ଛାଡି ଦିଆଯାଇଥିବା ସୂଚନା ଦେଇଛନ୍ତି କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାଏକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.