Below header

ପ୍ରଥମ ମ୍ୟାଚ ହାରିବା ପରେ ଆଜି ମ୍ୟାଚ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବ ରୋହିତଙ୍କ ଟିମ୍‌, ରାଜସ୍ଥାନ ବିଜୟଧରା ଜାରି ରଖିବା ଲକ୍ଷ୍ୟରେ

ଆଜି ଆଇପିଏଲ୍‌ ମ୍ୟାଚରେ ଦେଖିବାକୁ ମିଳିବ ଡବଲ ମ୍ୟାଚ୍‌। ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବ। ଦିଲ୍ଲୀ କ୍ୟାପିଟାଲ୍ସଠୁ ହାରି ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଏହି ମ୍ୟାଚରେ ଜିତିବା ପାଇଁ ସବୁ ପ୍ରଚେଷ୍ଟା ଆପଣାଇବ। ଅନ୍ୟ ପଟରେ ରାଜସ୍ଥାନ ଦଳ ବିଜୟଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି । ଆଜି ମ୍ୟାଚ୍ ଅପରାହ୍ନ ୩.୩୦ରୁ ଆରମ୍ଭ ହେବ । ନଭି ମୁମ୍ବାଇର ଡିବାଏ ପାଟିଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ। ଦ୍ୱିତୀୟ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଗୁଜୁରାଟ ଟାଇଟନ୍ସ ସହିତ ହେବ।

ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚରେ କ୍ୟାପିଟାଲ୍ସ ନିକଟରୁ ୪ ୱିକେଟରେ ପରାସ୍ତ ହୋଇଥିଲା । ଏହା ମଧ୍ୟରେ ଷ୍ଟାର୍ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ସମ୍ପୂର୍ଣ୍ଣ ଫିଟ୍ ହୋଇ ଦଳକୁ ଫେରିଛନ୍ତି । ତେଣୁ ପ୍ରଥମ ମ୍ୟାଚ୍ ଖେଳିଥିବା ଅନମୋଲପ୍ରୀତ ସିଂହ ଏକାଦଶରୁ ବାଦ ପଡ଼ିବେ । ପ୍ରଥମ ମ୍ୟାଚ୍ରେ ରୋହିତ ଓ ଈଶାନ କିଷନ ଧୂଆଁଧାର ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ସାମ୍ସଙ୍କ ସ୍ଥାନରେ ଫାବିଆନ୍ ଆଲେନଙ୍କ ସୁଯୋଗ ମିଳିପାରେ । ଶନିବାର ପେସ୍ ବୋଲର ବାସିଥ ଥାମ୍ପି ଓ ସ୍ପିନର ମୁରୁଗାନ ଅଶ୍ୱିନଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ସଞ୍ଜୁ ସାମସନଙ୍କ ନେତୃତ୍ୱରେ ରାଜସ୍ଥାନ ଦଳ ପ୍ରଥମ ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ୬୧ରନ୍ରେ ହରାଇବା ପରେ ଟିମ୍‌ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ହୋଇଯାଇଛି। ଦଳରେ ଜୋସ ବଟଲର, ଯଶସ୍ୱୀ ଜୈସ୍ୱାଲ୍ ସାମସନ୍, ଦେବଦତ୍ତ ପାଡିକଲ, ସିମରନ ହେତମେୟରଙ୍କ ଭଳି ବିସ୍ଫୋରକ ବ୍ୟାଟର ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.