ଜିଓ ପରେ ଏୟାରଟେଲ ଆଣିଲା ଗ୍ରାହକଙ୍କ ପାଇଁ ଖୁସି ଖବର, ଏଥର ୨୯୬ ଏବଂ ୩୧୯ ଟଙ୍କିଆ ପ୍ଲାନରେ ମିଳିବ ୩୦ ଦିନ ବୈଧତା

ଏୟାରଟେଲ ଗ୍ରାହକଙ୍କ ପାଇଁ ଖୁସି ଖବର। ଏୟାରଟେଲ ୨୯୬ ଏବଂ ୩୧୯ ଟଙ୍କାର ରିଚାର୍ଜ ପ୍ଲାନ ସହ ସମୟ ଅବଧିକୁ ବୃଦ୍ଧି କରିଛି। ୨୯୬ ଟଙ୍କାର ଏୟାରଟେଲ ପ୍ରିପେଡ ରିଚାର୍ଜ ପ୍ଲାନ ଏବେ ୨୮ ଦିନ ବଦଳରେ ୩୦ ଦିନର ବୈଧତା ସହ ଗ୍ରାହକଙ୍କୁ ମିଳିବ । ଏହି ପ୍ଲାନରେ ୨୫ ଜିବି ଡାଟା, ଅନଲିମିଡେଟ୍‌ କଲ୍‌ ଏବଂ ୧୦୦ଟି ଏସଏମଏସ୍‌ ସୁବିଧା ମିଳୁଛି। ଏହା ସହିତ ୩୦ ଦିନି ଯାଏ ଫ୍ରିରେ ଆମାଜନ ପ୍ରାଇମ ଭିଡିଓ, ଫାଷଟାଗ୍‌ରେ ୧୦୦ ଟଙ୍କା କ୍ୟାସବ୍ୟାକ୍‌, ଏୟାରଟେଲ ମ୍ୟୁଜିକ, ହାଲେ ଟ୍ୟୁନ ଭଳି ସୁବିଧା ଦେଉଛି।

ସେହିପରି ୩୧୯ ଟଙ୍କାର ପ୍ଲାନ ପୂରା ୩୦ ଦିନ ପାଇଁ ବୈଧ ରହିବ। ଉଲ୍ଲେଖଯୋଗ୍ୟ ଯେ, କିଛି ମାସ ପୂର୍ବେ ଟେଲିକମ ରେଗୁଲେଟରୀ ଅଥରିଟୀ ଅଫ ଇଣ୍ଡିଆ (TRAI) ଟେଲିକମ କମ୍ପାନୀ ଗୁଡିକ ଅତି କମରେ ଗୋଟିଏ ୩୦ ଦିନିଆ ଏବଂ ଗୋଟିଏ ପୂରା ମାସ ପାଇଁ ପ୍ଲାନ କରିବାକୁ କହିଥିଲେ ।

ସେହିପରି ୩୧୯ ଟଙ୍କାର ରିଚାର୍ଜ ପ୍ଲାନରେ ଅନଲିମିଟେଡ କଲିଂ, ଦୈନିକ ୧୦୦ ଏସଏମଏସ ଏବଂ ପ୍ରତିଦିନ ୨ଜିବି ହାଇ ସ୍ପିଡ୍ ଡାଟା ମିଳିବ। ଏହି ପ୍ଲାନ ସଂପୂର୍ଣ୍ଣ ମାସେ ଯାଏ ରହିବ।

ସେହିପରି ଜିଓର ଉପଭୋକ୍ତାମାନେ ପ୍ରତିଦିନ 1.5GB ଡାଟା, 100 SMS ଏବଂ ଅସୀମିତ ଭଏସ୍ କଲିଂ ସୁବିଧା ପାଇ ପାରିବେ। ଏହି ପ୍ଲାନର ଖାସ ବିଶେଷତ୍ୱ ​​ହେଉଛି ଉପଭୋକ୍ତାମାନେ ଏହି ଯୋଜନା ସହିତ ୩୦ ଦିନର ଭାଲିଡିଟି ପାଇବେ।

ଏହା ସହିତ ଉପଭୋକ୍ତାଙ୍କୁ ବାରମ୍ବାର ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଆପଣ ଜାଣନ୍ତି ଯେ ସମସ୍ତ ଟେଲିକମ୍ କମ୍ପାନୀଗୁଡିକ ବର୍ତ୍ତମାନ ୧ ମାସ କହି ମାତ୍ର ୨୮ ଦିନ ପ୍ରିପେଡ୍ ଯୋଜନା ପ୍ରଦାନ କରୁଛନ୍ତି । ଚଳିତ ବର୍ଷ ଜାନୁଆରୀରେ, TRAI ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଅତି କମରେ ଗୋଟିଏ ପ୍ଲାନ୍ ଭାଉଚର୍, ଗୋଟିଏ ସ୍ୱତନ୍ତ୍ର ଶୁଳ୍କ ଭାଉଚର୍ ଏବଂ ୩୦ ଦିନର ଭାଲିଡିଟି ସହିତ ଗୋଟିଏ କମ୍ବୋ ଭାଉଚର୍ ପ୍ରଦାନ କରିବାକୁ କହିଥିଲା ​। କାରଣ ଡାଟା ପ୍ଲାନ୍ ଅଧିକ ମାତ୍ରାରେ ବଢ଼ିବାକୁ ଲାଗୁଛି, ଯାହା ପାଇଁ ଗ୍ରାହକମାନେ ଅସୁବିଧାର ସାମ୍ନା କରୁଛନ୍ତି। ତେବେ ନିଜର ଡାଟା ପ୍ଲାନରେ ପରିବର୍ତ୍ତନ ଆଣିବା ପାଇଁ ଟ୍ରାଇ ସବୁ ଟେଲିକମ୍ କମ୍ପାନୀକୁ ସୂଚନା ଦେଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.