ଭବାନୀପାଟଣା ସହର ଭିତରେ ଭାଲୁ, ଧରିବାକୁ ଉଦ୍ୟମ ଜାରି ରଖିଛି ବନବିଭାଗ

ଭବାନୀପାଟଣା: ସହର ଭିତରେ ଭାଲୁ। ଗତକାଲି ରତିରେ ଭବାନୀପାଟଣା ସହର ଭିତରକୁ ଏକ ଜଙ୍ଗଲି ଭାଲୁ ପଶି ଆସିଛି। ଜଣେ ଡାକ୍ତରଙ୍କ ଘର ଭିତରେ ଭାଲୁଟି ପଶି ଯାଇଛି। ଫଳରେ ଘରର ଲୋକମାନେ ଭୟରେ ବାହାରକୁ ପଳାଇ ଆସିଥିଲେ। ଏନେଇ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ତାକୁ କାବୁ କରାଯାଇପାରିନାହିଁ।

ଏବେ ଭାଲୁଟି ଗାନ୍ଧି ପାର୍କ ଭିତରେ ପଶିଯାଇଛି। ଗତ ୧୫ ତାରିଖରେ ମଧ୍ୟ ଏକ ଜଙ୍ଗଲୀ ଭାଲୁ ସହର ଭିତରକୁ ପଶିଆସିଥିଲା। ଏହାପରେ ବନବିଭାଗ ତାକୁ କାବୁ କରି ଜଙ୍ଗଲରେ ଛାଡି ଦେଇଥିଲା। ବାରମ୍ବାର ସହର ଭିତରକୁ ଜଙ୍ଗଲି ଜନ୍ତୁ ପଶିଆସୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.