Below header

ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ରେ ଜାଣନ୍ତୁ ଭାରତର କେଉଁ ସହର ସବୁଠାରୁ ଅପରିଷ୍କାର 

ଭାରତରେ ଇନ୍ଦୋର ଓ ସୁରତ ସମେତ ଦେଶର ଆଉ କେତେକ  ସହର ନିଜ ଅଞ୍ଚଳର ସ୍ୱଚ୍ଛତାକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ତେବେ ଲଗାତାର ଚତୁର୍ଥ ଥର ପାଇଁ ଇନ୍ଦୋରକୁ ସ୍ୱଚ୍ଛ ସହର ଭାବେ ଘୋଷିତ କରାଯାଇଛି । ଗତ ଗରୁବାର ଦିନ ସ୍ୱଚ୍ଛତା  ସଂରକ୍ଷଣ ପୁରଷ୍କାର ୨୦୨୦ ରେ ସୁରତ ଏବଂ ନୂଆଦିଲ୍ଲୀକୁ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନର ଆକ୍ଷା ମିଳିଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରାଣାସି ଗଙ୍ଗା କୂଳରେ ଅବସ୍ଥିତ ସହରକୁ ସବୁଠାରୁ ସ୍ୱଚ୍ଛ ସହର ଭାବେ ମାନ୍ୟତା ପାଇଥିବା ବେଳେ କାନପୁର, ମୁଙ୍ଗେର, ପ୍ରୟାଗରାଜ ଏବଂ ହରିଦ୍ୱାର ମଧ୍ଯ ସାମିଲ ହୋଇଛି। ଅନ୍ୟପକ୍ଷରେ ପଞ୍ଚମ ବାର୍ଷିକ ସର୍ବକ୍ଷଣରେ ବିହାର କୌଣସି ବି ସ୍ଥାନ ଗ୍ରହଣ କରିନାହିଁ ।  ତେବେ ଦେଶର ସମସ୍ତ ଛୋଟ ସହର ମଧ୍ୟରୁ ଗୟା ଓ ବଡ ସହର ମଧ୍ୟରୁ ପାଟନା  ସବୁଠାରୁ ଅପରିଷ୍କାର ସହର ଭାବେ ଚିହ୍ନଟ ହୋଇଛି ।

dirtiest cityତେବେ ଆସନ୍ତୁ ଜାଣିବା ୧୦ଲକ୍ଷ ଠାରୁ ଅଧିକ ଜନସଂଖ୍ୟା ଥିବା ସବୁଠାରୁ ଅପରିଷ୍କାର ସହର :

• ପାଟନା ( ବିହାର)

• ପୂର୍ବୀ ଦିଲ୍ଲୀ (ଇଡିଏମସି)

• ଚେନ୍ନାଇ ( ତାମିଲନାଡୁ)

• କୋଟା (ରାଜସ୍ଥାନ)

• ଉତ୍ତର ଦିଲ୍ଲୀ

• ମଦୁରାଇ (ତାମିଲନାଡୁ)

• ମିରୁଟ (ଉତ୍ତର ପ୍ରଦେଶ)

• କୋୟଂବାଟୁର ( ତାମିଲନାଡୁ)

• ଅମୃତସର (ପଞ୍ଜାବ)

• ଫରିଦାବାଦ (ହରିୟାଣା)

dirtiest city1୧୦ଲକ୍ଷ ଠାରୁ କମ୍ ଜନସଂଖ୍ୟା ଥିବା ସବୁଠାରୁ ଅପରିଷ୍କାର ସହର:

• ଗୟା (ବିହାର)

• ବକ୍ସର (ବିହାର)

• ଅବୋହର (ପଞାବ)

• ଭାଗଲପୁର (ବିହାର)

• ପରସା ବଜାର (ବିହାର)

• ସିଲଙ୍ଗ (ମେଘାଳୟ)

• ଇଟାନଗର (ଅରୁଣାଚଳ ପ୍ରଦେଶ)

• ଦିମାପୁର ଏମସି (ନାଗାଲାଣ୍ଡ)

• ବିହାରସରିଫ (ବିହାର)

• ସାହରସା (ବିହାର)

swachh୪୨୪୨ ସହର ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ୧.୯ କୋଟି ଲୋକ ନିଜର ମତ ରଖିଥିଲେ । ଅନ୍ୟପକ୍ଷରେ ୧୦୦ରୁ ଅଧିକ ସହରି ସଂସ୍ଥା ଥିବା ରାଜ୍ୟ ଗୁଡିକ ମଧ୍ୟରୁ ଛତିଶଗଡକୁ  ସର୍ବାଧିକ ସ୍ୱଚ୍ଛ ରାଜ୍ୟ ଭାବରେ ସମ୍ମାନିତ କରାଗଲା । ତେବେ କେନ୍ଦ୍ରୀୟ ଆବାସ ଏବଂ ସହର ବିକାଶ ମନ୍ତ୍ରୀ ହରଦିପ ସିଂ ପୁରି ଏହି ବାର୍ଷିକ ସ୍ୱଚ୍ଛତା ସର୍ବକ୍ଷଣ ପୁରସ୍କାର ୨୦୨୦ର ଘୋଷଣା କରିଥିଲେ , ଯେଉଁଥିରେ ବିଭିନ୍ନ ଶ୍ରେଣୀରେ ୧୨୯ ଟି ପୁରସ୍କାର ଦିଆଯାଇଥିଲା ।

ତେବେ ଏହି ସମାରୋହ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ସ୍ୱଚ୍ଛତା ସଂରକ୍ଷଣର ଫଳାଫଳରେ ଶୀର୍ଷ ସ୍ଥାନ ଗ୍ରହଣ କରିଥିବା ସମସ୍ତ ସହରକୁ ଟ୍ଵିଟ କରି ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.