ଲକ୍‌ଡାଉନ୍ ଯୋଗୁଁ ଚାକିରି ହରାଇଥିବା କର୍ମଚାରୀଙ୍କୁ ମିଳିବ ତିନି ମାସର ଅଧା ଦରମା, କେମିତି ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ଦେଲେ ବଡ଼ ଆଶ୍ୱସ୍ତି । ତିନି ମାସ ପାଇଁ ସେମାନଙ୍କୁ ମିଳିବ ୫୦ ପ୍ରତିଶତ ଦରମା । ଇଏସ୍‌ଆଇ ବ୍ୟବସ୍ଥା ଥିବା କର୍ମଚାରୀମାନେ ଏହି ଦରମା ପାଇବେ । ଏଥିଯୋଗୁଁ ବିଶେଷ କରି ବିଭିନ୍ନ ଶିଳ୍ପ ସଂସ୍ଥାରେ ଚାକିରି ହରାଇଥିବା କର୍ମଚାରୀମାନେ ଲାଭବାନ୍ ହେବେ । କରୋନା ଭାଇରସ୍ ଲକ୍‌ଡାଉନ୍‌ରେ ହଜାର ହଜର ଲୋକ କର୍ମଚାରୀ ଚାକିରି ହରାଇଛନ୍ତି । ଏବେଯାଏ ସେମାନେ ବେକାର ହୋଇ ବସିଛନ୍ତି । ପରିବାର ଚଳାଇବା ସେମାନଙ୍କ ପକ୍ଷେ ଅତି କଷ୍ଟକର ହୋଇପଡ଼ିଛି । ତେଣୁ ସେମାନଙ୍କ ଥଇଥାନ ପାଇଁ ଆହୁରି ତିନି ମାସ ବା ୯୦ ଦିନର ଦରମା ଦେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅବଶ୍ୟ ଏ ନେଇ କିଛି ସର୍ତ୍ତ ରହିଛି । ସହି ସର୍ତ୍ତ ଅନୁଯାୟୀ, ସଂପୃକ୍ତ କର୍ମଚାରୀ ଅତି କମ୍‌ରେ ଦୁଇ ବର୍ଷ ଧରି ଏଏସ୍‌ଆଇ ଅଧୀନରେ ରହିଥିବେ । ଏହି ସମୟସୀମା ହେଉଛି ଏପ୍ରିଲ ୧, ୨୦୧୮ରୁ ମାର୍ଚ୍ଚ ୩୧, ୨୦୨୦ । ଆହୁରି ମଧ୍ୟ ସେମାନେ ଅକଟୋବର ୧ , ୨୦୧୯ରୁ ମାର୍ଚ୍ଚ, ୩୧, ୨୦୨୦ ଭିତରେ ଅତି କମ୍‌ରେ ୭୮ ଦିନ କାମ କରିଥିବେ ।

ଏହି ନିର୍ଦ୍ଦେଶ ଦ୍ୱାରା ବିଭିନ୍ନ ଶିଳ୍ପ ସଂସ୍ଥାରେ କାମ କରୁଥିବା ଦେଶର ପ୍ରାୟ ୪୦ ଲକ୍ଷ ଲାଭବାନ ହେବେ । ଗତକାଲି କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାର ଏକ ବୈଠକରେ ଆଲୋଚନା କରିବା ପରେ ଏ ନେଇ ଘୋଷଣା କରିଛନ୍ତି । ଏହି ଅଧା ଦରମା ପାଇବା ପାଇଁ ଚାକିରି ହରାଇଥିବା ବ୍ୟକ୍ତି କଣ କରିବେ ଆସନ୍ତୁ ଜାଣିବା । ସେ ଇଏସ୍‌ଆଇ ଶାଖା କାର‌୍ୟ୍ୟାଳୟକୁ ଯାଇ ସେଠାରେ ଚାକିରି ହରାଇଥିବାର ପ୍ରମାଣ ଦେଖାଇବେ । ଏହା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏହି ଟଙ୍କା ଯିବ ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.