Below header

ଚୀନରେ ମାସ୍କରୁ ମିଳିଲା ମୁକ୍ତି, ସଂକ୍ରମଣ ମାମଲା ନଆସିବାରୁ ନିଆଗଲା ଏପରି ନିଷ୍ପତ୍ତି

ଚୀନ୍‌ର ରାଜଧାନୀ ବେଜିଂରେ ଥିବା ସ୍ୱାସ୍ଥ୍ୟ ଅଧିକାରୀମାନେ ଲୋକଙ୍କୁ ମାସ୍କ ବିନା ବୁଲିବା ପାଇଁ ସ୍ୱାଧୀନତା ଦେଇଛନ୍ତି । ୧୩ ଦିନ ପର‌୍ୟ୍ୟନ୍ତ ସଂକ୍ରମଣର ଗୋଟିଏ ବି ମାମଲା ନ ଆସିବା ଯୋଗୁଁ ସେଠାରେ କରୋନା ନିୟମକୁ କୋହଳ କରାଯାଇଛି । ତେବେ ଗାଇଡଲାଇନ କୋହଳ ହେବ ସତ୍ତ୍ୱେ ବି ବେଜିଂର ଅନେକ ଲୋକ ଏବେବି ମାସ୍କ ପିନ୍ଧୁଛନ୍ତି । କିଛି ଲୋକ ମାସ୍କ ପିନ୍ଧିବା ଦ୍ୱାରା ସେମାନେ ନିଜକୁ ନିରାପଦ ମନେ କରୁଛନ୍ତି ବୋଲି କହିବା ବେଳେ କେତେଜଣ ମାସ୍କ ପିନ୍ଧିବା ପାଇଁ ସାମାଜିକ ଚାପ ରହିଛି ବୋଲି କହିଥାନ୍ତି ।

ଏପ୍ରିଲରେ ବେଜିଂ ମ୍ୟୁନିସିପାଲିଟି ରୋଗ ନିୟନ୍ତ୍ରଣ କେନ୍ଦ୍ର ପୂର୍ବରୁ ଘୋଷଣା କରିଥିଲା ​​ଯେ ଲୋକମାନେ ମାସ୍କ ବିନା ଘରୁ ବାହାରକୁ ବାହାରି ପାରିବେ ନାହିଁ । ଜୁନ୍ ମାସରେ ଏହି ମହାମାରୀ ପୁଣିଥରେ ଆରମ୍ଭ ହେବା ପରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲା ।

ଜନ୍ସ ହପକିନ୍ସ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ । ଶୁକ୍ରବାର ସକାଳ ସୁଦ୍ଧା ସାରା ବିଶ୍ଵରେ ମୋଟ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨ କୋଟି ୨୫ ଲକ୍ଷ ୯୩ ହଜାର ୩୬୩ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୭ ଲକ୍ଷ ୯୨ ହଜାର ୩୯୬ ରହିଛି । ତେବେ ସବୁ ଦେଶ ତାଲିକାରେ କରୋନା ସଂକ୍ରମଣରେ ଆମେରିକା ଆଗରେ ରହିଛି ଯେଉଁଠାରେ ସମୁଦାୟ ସଂକ୍ରମଣ ୫୫ ଲକ୍ଷ ୭୩ ହଜାର ୫୦୧ ଏବଂ ମୃତ୍ୟୁସଂଖ୍ୟା ୧ ଲକ୍ଷ ୭୩ ହଜାର ୧୧୪ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.