ରାସ୍ତା ଉପରେ ହାତୀ ପଲ, ଦୀର୍ଘ ସମୟ ଧରି ଅଟକି ରହିଲା ଗାଡି ମଟର

କରଞ୍ଜିଆ(କେନ୍ୟୁଜ୍): ରାସ୍ତା ଉପରେ ହାତୀ ପଲ, ଅଟକି ରହିଲା ଗାଡି ମଟର। ମୟୂରଭଞ୍ଜ ଦୁଧିଆଣି ରେଞ୍ଜ ୨୨୦ ନଂ ଜାତୀୟ ରାଜପଥ ମଶୀଣାବିଲା ଛକ ଉପରେ ୧୧ଟି ହାତୀ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲେ। ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ବହୁ ଗାଡ଼ି ମଟର ଅଟକି ରହିଥିଲା।

ଦୀର୍ଘ ସମୟ ପରେ ବନବିଭାଗ ସେଠାରୁ ହାତୀପଲଙ୍କୁ ଘୋଡାଇବାରେ ସଫଳ ହୋଇଛି। ତେବେ ଏବେ ବି ସ୍ଥାନୀୟ ଲୋକଙ୍କ ମନରେ ହାତୀଙ୍କୁ ନେଇ ଭୟର ବାତାବରଣ ଦେଖିବାକୁ ମିଳିଛି। ବର୍ତ୍ତମାନ ଦୁଧିଆଣି ରେଞ୍ଜ କୁଇତା ନିକଟରେ ୨୩ଟି ହାତୀ ଥିବା ବେଳେ ଦରି ନିକଟରେ ଗୋଟିଏ ହାତୀ ଥିବା କରଞ୍ଜିଆ ACF ଫାଲଗୁନି ବେହେରା ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.