ବହୁଚର୍ଚ୍ଚିତ କନ୍ଧମାଳ ମିଲୁପଡା ଗାଁର ଯୋଡା ଶିଶୁ ଜଗା ମୁଣ୍ଡରେ ଲାଗିବ ଖପୁରି

କନ୍ଧମାଳ(କେନ୍ୟୁଜ୍): ଜଗା ମୁଣ୍ଡରେ ଲାଗିବ ଖପୁରି। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମିଲୁପଡା ଗାଁର ଯୋଡା ଶିଶୁ ଜଗାର ଖପୁରି ପ୍ରତିରୋପଣ କରାଯିବ । ଏନେଇ ଜଗାର MRI, ସିଟିସ୍କାନ, ଆଖି ପରୀକ୍ଷା ଆଦି କରାଯାଇଛି । ପରୀକ୍ଷା ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି । ଦିଲ୍ଲୀ ଏଏମଏସ ନ୍ୟୁରୋସର୍ଜରୀ ଡାକ୍ତର ନିରଜ ଗୁପ୍ତା ଜଗାର ରେଗୁଲାର ଯାଞ୍ଚ କରନ୍ତି ।

ସେ ଗତ ୧୬ ତାରିଖରେ କଟକ ଆସି ଜଗାର ଖପୁରି ପ୍ରତିରୋପଣ ନେଇ ଡାକ୍ତରୀ ଟିମ୍‌ ସହ ଆଲୋଚନା ପରେ ଜଗାର ସମସ୍ତ ପରୀକ୍ଷା କରିଥିଲେ । ଆଉ ୨ ବର୍ଷ ସାତ ମାସ ପରେ ଜଗାର ଖପୁରୀ ଦିଲ୍ଲୀ ଏମ୍ସରେ ପ୍ରତିରୋପଣ କରାଯିବ । ସେପର୍ଯ୍ୟନ୍ତ ଜଗା ଫୁଲବାଣୀ ଶିଶୁ ବିଭାଗର କ୍ୟାବିନରେ ରହିବ । ଏଥିସହ ଜଗାକୁ ପାଠ ପଢା ପ୍ରତି ଆକୃଷ୍ଟ କରାଯିବ ବୋଲି ଡାକ୍ତରୀ ଦଳ କହିଛନ୍ତି ।

ଦୀର୍ଘ ୫ ବର୍ଷ ହେଲା ଆମେ ଡାକ୍ତର ଖାନାରେ ଅଛୁ, ଗାଁକୁ ଯାଇପାରୁନୁ । ଅପେରସନ ସାରିଲେ ଗାଁକୁ ଯିବୁ ବୋଲି ଜଗାର ମାଆ ପୁଷ୍ପାଞ୍ଜଳି କହିଛନ୍ତି । ଗତ ୨୦୧୭ ଅକ୍ଟୋବର ମାସରେ ଦିଲ୍ଲୀ ଏଏମଏସରେ ଯୋଡlମୁଣ୍ଡ ଜଗା କାଳିଆର ଅପେରସନ ହୋଇଥିଲା । ଗତବର୍ଷ କାଳିଆର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ଜଗାର ଚିକିତ୍ସା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.