Below header

ଆଗକୁ ମହିଳାଙ୍କୁ ଅସମ୍ମାନ ହେବ କି ବଡ଼ ପ୍ରସଙ୍ଗ ? ପଦ୍ମପୁର ଉପନିର୍ବାଚନ ପରେ ବି ଥମୁନାହିଁ ରାଜନୀତି  

କେନ୍ୟୁଜ୍(ବ୍ୟୁରୋ): ବର୍ଷାଙ୍କୁ ଅସମ୍ମାନ, ହେବ କି ବଡ଼ ପ୍ରସଙ୍ଗ । ଏହାକୁ ନେଇ ଚର୍ଚ୍ଚା’ଜୋର । ପଦ୍ମପୁର ଉପନିର୍ବାଚନ ପରେ ବି ରାଜନୀତି ଥମୁନାହିଁ । ପ୍ରଚାର ବେଳେ ମହିଳାଙ୍କୁ ଅସମ୍ମାନ ଏକ ବଡ଼ ପ୍ରସଙ୍ଗ ହୋଇଥିଲା । ଏବେ ବି ସେହି ପ୍ରସଙ୍ଗ ତାଜା ହୋଇ ରହିଛି । ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ନେଇ ଅରୁଚିକର ମନ୍ତବ୍ୟ ଦେଇଥିଲେ ରାଜ୍ୟ ବିଜେପି ନେତୃବୃନ୍ଦ । ରେଜଲ୍ଟ ବାହାରିବା ପରେ ଏପରି ନକରିବାକୁ ଅପିଲ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ବିନମ୍ରତାର ସହ ମହିଳାଙ୍କୁ ଅସମ୍ମାନ ନ କରିବାକୁ ଅନୁରୋଧ କରିଥିଲେ । ଏପରିକି ବର୍ଷାଙ୍କ ଶ୍ୱଶୁର ତଥା ବରିଷ୍ଠ ବିଜେପି ନେତା ରମାରଞ୍ଜନ ବଳିୟାରସିଂଙ୍କ ଆଖିରେ ଲୁହ ଆସିଥିଲା । ମହିଳାଙ୍କୁ ନେଇ ବିଜେପି କି ପ୍ରକାର ସନ୍ଦେଶ ଦେବାକୁ ଚାହୁଁଛି ବୋଲି ବିଜେଡି ପ୍ରଶ୍ନ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.