Below header

ମଦ ବିରୋଧୀ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ

ଗଞ୍ଜାମ : ପ୍ରଶାସନ ଶୁଣିଲାନି । ଶେଷରେ ତାତିଲେ ଗାଁଲୋକ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ କୁମାରୀ ଗାଁରେ ଶତାଧିକ ମହିଳା ଓ ପୁରଷ ମଦ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘ ଦିନ ଧରି ଗାଁରେ ମଦ ବିକ୍ରୀକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରାଯାଉଥିଲା । ହେଲେ ଶୁଣିଲାନି । ଏହାର ପ୍ରତିବାଦରେ ଶତାଧିକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି । ହୁମ୍ମା-ଆସିକା ମୁଖ୍ୟ ରାସ୍ତା ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ । ଫଳରେ ବହୁ ସମୟ ଧରି ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅବକାରୀ ବିଭାଗ ପ୍ରତିଶ୍ରୁତି ଦେଉ ବୋଲି ଆନ୍ଦୋଳନକାରୀ ଜିଦ୍‌ ଧରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.