Below header

ରାଜ୍ୟକୁ ପୁଣି ଫେରିଛି ଶୀତ: ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି, ୨-୩ ଦିନ ଭିତରେ ଆହୁରି ଖସିବ

କରଞ୍ଜିଆ (କେନ୍ୟୁଜ୍): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟକୁ ପୁଣି ଫେରିଛି ଶୀତ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ଆହୁରି ଖସିବ । ୨-୩ ଡିଗ୍ରୀ ଯାଏ ହ୍ରାସ ପାଇବ ରାତିର ତାପମାତ୍ରା । ଫଳରେ ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ । ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ସହ ଘନ କୁହୁଡ଼ି ପଡୁଛି ।

ମୟୂରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ । ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ନଅଣାରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଶୀତରୁ ରକ୍ଷା ପାଇବା ଲୋକ ସକାଳେ ଓ ସନ୍ଧ୍ୟାରେ ନିଆଁ ପୁଇଁ ହେଉଛନ୍ତି । କରଞ୍ଜିଆ ଉପଖଣ୍ଡର ଶୁକୃଳି, ରରୁଁଆ, ଯଶିପୁର ଅଞ୍ଚଳରେ ପ୍ରବଳ କୁହୁଡି ଦେଖିବାକୁ ମିଳୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.