ରାଜ୍ୟରେ ବଢୁଛି ଶୀତ, ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ ବଢୁଛି ଶୀତ । ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ତଳକୁ ଖସିବା ସହ ଶୀତ ସାମାନ୍ୟ ବୃଦ୍ଧି ପାଇଛି । ଗତ ସପ୍ତାହେ ହେଲା ଲଗାତାର ଜି ଉଦୟଗିରି ସହରର ତାପମାତ୍ରା ଲଗାତାର ହ୍ରାସ ପାଉଛି । ୫ ଡିଗ୍ରୀ ଜାଡ଼ରେ ଥରୁଛି ଜି. ଉଦୟଗିରି । ସିମିଳିଗୁଡ଼ାରେ ୫.୫ ଡିଗ୍ରୀ , ଫୁଲବାଣୀରେ ୭ ଡିଗ୍ରୀ, କୋରାପୁଟରେ ୯ଡିଗ୍ରୀ ଏବଂ ଦାରିଂବାଡ଼ିରେ ୯.୫ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୨ ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡି ପଡ଼ିବ ।

ଅନୁଗୁଳ, କଟକ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାରେ କୁହୁଡ଼ିର ପ୍ରଭାବ ଅଧିକ ରହିବ । ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ଫରେକ ଦେଖିବାକୁ ମିଳିବ ନାହିଁ । ମାତ୍ର ପରବର୍ତ୍ତୀ ସମୟରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.