Below header

ବିଧାନସଭାର ଶୀତ ଅଧିବେଶନ : ଶୋକ ପ୍ରସ୍ତାବ ପରେ ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି । ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ପରେ ଗୃହରେ ଆଜି ଶୋକପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକରେ ଶୋକ ପ୍ରସ୍ତାବ ସହ ଅନ୍ୟ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ପୂର୍ବତନ ଉପମନ୍ତ୍ରୀ ସରସ୍ୱତୀ ପ୍ରଧାନ, ପୂର୍ବତନ ସଦସ୍ୟ ଅଜୟ ଜେନା, ରବି ଦାସ, ପୂର୍ବତନ ସଦସ୍ୟ ଯୁଧିଷ୍ଠିର ସାମନ୍ତରାୟ, ପୂର୍ବତନ ଲାନସ ହାବିଲଦାର ସରୋଜ ଦାସ, ପୂର୍ବତନ କନଷ୍ଟେବଳ ପ୍ରକାଶ ଚନ୍ଦ୍ର ଶିଆଳଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି। ଶୋକ ପ୍ରସ୍ତାବକୁ ବିରୋଧୀଦଳ ମୁଖ୍ୟ ସଚେତକ,କଂଗ୍ରେସ ବିଧାୟକ ଦଳ ନେତା ସମର୍ଥନ କରିଛନ୍ତି। ଦିବଂଗତ ସଦସ୍ୟ ଓ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ଆସନ୍ତାକାଲି ସକାଳ ସାଢେ ୧୦ଟା ଯାଏଁ ବାଚସ୍ପତି ପ୍ରମିଳା ମଲ୍ଲିକ ମୁଲତବି ଘୋଷଣା କରିଛନ୍ତି।

ଡିସେମ୍ବର ୩୦ ତାରିଖ ଯାଏ ଚାଲିବ ବିଧାନସଭା ଶୀତ ଅଧିବେଶନ । ଚଳିତ ଅଧିବେଶନରେେ ରହିବ ମୋଟ୍ ୩୦ଟି କାର୍ଯ୍ୟଦିବସ । ୨୦୨୪ ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାରେ ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ସରକାର କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିବାକୁ ଉଦ୍ୟମ କରିବେ । ନିର୍ବାଚନକୁ ପ୍ରାୟ ୪-୫ ମାସ ବାକି ରହିଛି । ତେଣୁ ଚଳିତ ଅଧିବେଶନ ଉପରେ ସାରା ରାଜ୍ୟର ନଜର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.