ICC ୨୦୨୩ ବିଶ୍ୱକପ ପାଇଁ ସର୍ବଶ୍ରେଷ୍ଠ ଏକାଦଶ କଲା ଘୋଷଣା, ୬ ଭାରତୀୟ ଖେଳାଳି ସାମିଲ, ବାଦ୍‌ ପଡିଲେ ଚାମ୍ପିଅନ ଅଧିନାୟକ

ଆଇସିସି ୨୦୨୩ ବିଶ୍ୱକପ ପାଇଁ ଶ୍ରେଷ୍ଠ ପ୍ଲେଇଂ ଏକାଦଶ ଘୋଷଣା କରିଛି । ଏହି ଟିମରେ ୬ ଜଣ ଭାରତୀୟଙ୍କୁ ସ୍ଥାନ ମିଳିଥିବା ବେଳେ ବିଶ୍ୱକପ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଟିମର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ସ୍ଥାନ ମିଳିନାହିଁ ।

ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) ୨୦୨୩ ବିଶ୍ୱକପ ପାଇଁ ଶ୍ରେଷ୍ଠ ପ୍ଲେଇଂ ଏକାଦଶ ଘୋଷଣା କରିଛି । ଏହି ଟିମରେ ୬ ଜଣ ଭାରତୀୟଙ୍କୁ ସ୍ଥାନ ମିଳିଥିବା ବେଳେ ବିଶ୍ୱକପ ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ ଟିମର ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କୁ ସ୍ଥାନ ମିଳିନାହିଁ ।

୨୦୨୩ ବିଶ୍ୱକପରେ ଧମାକେଦାର ପ୍ରଦର୍ଶନ କରିଥିବା ରଚିନ ରବିନ୍ଦ୍ରଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ । ଏହାଛଡା ବିଶ୍ୱ କ୍ରିକେଟକୁ ପ୍ରଭାବିତ କରିଥିବା ହେନରିକ କ୍ଲାସେନ ଏବଂ ଡେଭିଡ ମିଲରଙ୍କୁ ଆଇସିସି ଟିମର ସ୍ଥାନ ଦେଇନାହିଁ । ଆଇସିସିର ସର୍ବଶ୍ରେଷ୍ଠ ଦଳରେ ସାମିଲ ହୋଇଥିବା ୬ ଜଣ ଭାରତୀୟ ଖେଳାଳି ସ୍ଥାନ ଦେଇଛି । ଏମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ ରାହୁଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା ଏବଂ ମହମ୍ମଦ ସାମିଙ୍କୁ ସ୍ଥାନ ମିଳିଛି ।

ବିରାଟ କୋହଲି ସର୍ବାଧିକ ରନ୍ (୭୬୫) ରନ୍ କରି ଏହି ସ୍ଥାନ ହାସଲ କରିଥିବା ବେଳେ ସାମି ସର୍ବାଧିକ ୨୪ଟି ୱିକେଟ ନେଇ ସ୍ଥାନ ପାଇଛନ୍ତି । ଅଷ୍ଟ୍ରେଲିଆମ ଟିମର ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଏବଂ ସ୍ପିନର ଆଡାମ୍ ଜାମ୍ପା, ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ୍, ନ୍ୟୁଜିଲାଣ୍ଡର ଡାରିଲ ମିଚେଲ ଏବଂ ଶ୍ରୀଲଙ୍କାର ଦିଲଶାନ୍ ମଧୁଶଙ୍କା ଏହି ଦଳରେ ସ୍ଥାନ ପାଇଛନ୍ତି ।

ICC ୨୦୨୩ ବିଶ୍ୱକପ ଶ୍ରେଷ୍ଠ ଏକାଦଶ : କ୍ୱିଣ୍ଟନ ଡି’କକ୍, ରୋହିତ ଶର୍ମା, ବିରାଟ କୋହଲି, ଡାରିଲ ମିଚେଲ, କେ.ଏଲ ରାହୁଲ, ଗ୍ଲେନ ମାକ୍ସୱେଲ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରା, ଦିଲଶାନ ମଧୁଶଙ୍କା, ଆଡାମ୍ ଜାମ୍ପା ଏବଂ ମହମ୍ମଦ ସାମି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.