ଆଜିଠୁ ବିଧାନସଭାର ଶୀତ ଅଧିବେଶନ, ରଣନୀତି ପ୍ରସ୍ତୁତ କରି ତୟାର ହୋଇଛନ୍ତି ବିରୋଧୀ ଓ ଶାସକ ଦଳ

ଭୁବନେଶ୍ବର: ଆଜିଠୁ ବିଧାନସଭାର ଶୀତ ଅଧିବେଶନ । କୋଭିଡ୍‌ କଟକଣା ଭିତରେ ୪୦ ଦିନ ଧରି ଚାଲିବ ଅଧିବେଶନ। ରଣନୀତି ପ୍ରସ୍ତୁତ କରି ତୟାର ହୋଇଛନ୍ତି ବିରୋଧୀ ଓ ଶାସକ ଦଳ। ଏହା ପୂର୍ବରୁ ଗତକାଲି ତିନି ପ୍ରମୁଖ ଦଳର ବିଧାୟକ ଦଳ ବୈଠକ ବସି ଚୂଡାନ୍ତ ନିଷ୍ପତ୍ତି ହୋଇଛି। ଧାନ କିଣାରେ ଅବ୍ୟବସ୍ଥା, ସୀମା ବିବାଦ, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ସେପଟେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ଶାସକ ଦଳ ମଧ୍ୟ ପ୍ରସ୍ତୁତ ହୋଇଛି।

ଏହି ଅଧିବେଶନରେ ୧୦ଟି ବିଲ୍‌ ଉପସ୍ଥାପିତ ହେବ। ୩ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ୍‌ ଅଣାଯିବ। ବିରୋଧୀ ଉଠାଇବା ପ୍ରସଙ୍ଗକୁ ଆଲୋଚନା କରାଯିବ। ଦଳର ସମସ୍ତ ବିଧାୟକ ଗୃହରେ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଭାଗନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଜି ଆଗତ ହେବ ରାଜ୍ୟର ଅତିରିକ୍ତ ଖର୍ଚ୍ଚଦାବି। ସମସ୍ତ ଶନିବାର ଓ ରବିବାରରେ ମଧ୍ୟ ଗୃହ କାର୍ଯ୍ୟ ଚାଲୁ ରହିବ । ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.