ରାଜ୍ୟରେ ଧୀରେ ଧୀରେ ଅନୁଭୂତ ହେଲାଣି ଶୀତ,ଦୁଇ ଦିନ ଭିତରେ ତାପମାତ୍ରା ଆହୁରି କମିବ

କେନ୍ୟୁଜ୍(ବ୍ୟୁରୋ):  ଖସୁଛି ପାରଦ, ବଢୁଛି ଥଣ୍ଡା । ରାଜ୍ୟରେ ଧୀରେ ଧୀରେ ଶୀତ ଅନୁଭୂତ ହେଲାଣି । ଆଗାମୀ ଦିନେ ଦୁଇ ଦିନ ଭିତରେ ତାପମାତ୍ରା ଆହୁରି କମିବ । ଉତ୍ତରପଶ୍ଚିମ ଦିଗରୁ ଥଣ୍ଡା ଏବଂ ଶୁଷ୍କ ବାୟୁ ଓଡିଶା ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ହ୍ରାସ ପାଇପାରେ ।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକରେ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ କମିପାରେ । ଗତକାଲି ରାଜ୍ୟର ୫ଟି ସ୍ଥାନରେ ୧୫ ଡିଗ୍ରୀ କିମ୍ବା ତାଠାରୁ କମ୍‌ ତାପମାତ୍ରା ରେକର୍ଡ କରାଯାଇଥିଲା । ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଥିଲା ସୋନପୁର । ସେଠାରେ ସର୍ବନିମ୍ନ ତାପମାତ୍ରା ୧୧.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳ, ଦାରିଙ୍ଗିବାଡି, ଝାରସୁଗୁଡା ଓ କେନ୍ଦୁଝରରେ ତାମପାତ୍ରା ୧୫ ଡିଗ୍ରୀ ଓ ତାଠୁ କମ୍‌ ରେକର୍ଡ କରାଯାଇଥିଲା ।

Leave A Reply

Your email address will not be published.