Below header

ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିବେ ପୋଲିସ ଡିଜି ଅଭୟ, ଗୁରା ସେତୁରେ ବିଏସଏଫ କ୍ୟାମ୍ପ କରିବେ ପରିଦର୍ଶନ

କେନ୍ୟୁଜ୍(ବ୍ୟୁରୋ):  ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଉଛନ୍ତି ପୋଲିସ ଡିଜି ଅଭୟ । ମାଓବାଦୀଙ୍କ ଗଡ଼ କୁହାଯାଉଥିବା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିବେ । ଏହାସହ ଗୁରା ସେତୁରେ ବିଏସଏଫ କ୍ୟାମ୍ପ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ପୋଲିସ ଡିଜି । ଜିଲ୍ଲାରେ ବିଏସଏଫ୍‌, ଏସଓଜି ଓ ଡିଭିଏଫ୍‌ କିଭଳି ସମନ୍ଵୟ ରଖି ମାଓ ଦମନ ଅଭିଯାନକୁ ତ୍ୱାରନ୍ଵିତ କରିବେ ସେନେଇ ଆଲୋଚନା କରିବେ । ତାସହ ସୀମାନ୍ତରେ ଆନ୍ଧ୍ର ସହ ମିଳିତ ଅପରେସନ କରିବ ଓଡ଼ିଶା ପୋଲିସ ।

ଲାଲବାହିନୀକୁ ମୂଳୋତ୍ପାଟନ କରିବାକୁ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସ୍ୱାଭିମାନ ଅଞ୍ଚଳର ଗୁରା ସେତୁରେ କମ୍ପାନୀ ଅପରେଟିଂ ବେସ୍‌ ବା ସିଓବି ପ୍ରତିଷ୍ଠା କରାଯାଉଛି । ଗୁୁରା ସେତୁ ସମେତ ପଣସପୁଟ ଅଞ୍ଚଳକୁ ଗଡ଼ ଭାବରେ ବ୍ୟବହାର କରୁଥିଲେ ଲାଲବାହିନୀ । ପୂର୍ବରୁ ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବକୁ ଆସିଥିଲେ ପୋଲିସ ଡିଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.