ନଭେମ୍ବର ୫ ତାରିଖରୁ ରାଜ୍ୟରେ ବଢିବ ଶୀତ! ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ସର୍ବନିମ୍ନ ତାପମାତ୍ର

ଭୁବନେଶ୍ବର: ନଭେମ୍ବର ୫ରୁ ରାଜ୍ୟରେ ବଢିବ ଶୀତ! ସର୍ବନିମ୍ନ ତାପମାତ୍ର ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଫଳରେ ସନ୍ଧ୍ୟା ପରଠୁ ଥଣ୍ଡା ଲାଗିବା ଆରମ୍ଭ ହେବ । ଉପକୂଳ ଓଡ଼ିଶାରେ ସର୍ବନିମନ୍ନ ତାପମାତ୍ର ସ୍ୱଭାବିକଠାରୁ ୨ ଡିଗ୍ରୀ ଅଧିକ ରହିଛି । ଏଭଳି ତାପମାତ୍ରା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ । ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏହାପରେ ସର୍ବନିମ୍ନ ତାପମାତ୍ରା ଖସିବ ଓ ରାଜ୍ୟରେ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଯିବ ।

ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ଥିଲା । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୁଖିଲା ପାଗ ଜାରି ରହିବ । ଉପକୂଳ ଓଡିଶାରେ ଆଂଶିକ ମେଘୁଆ ପାଗ ରହିବ । ଓ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଅପରିବର୍ତ୍ତିତ ରହିବ । ଏହାପରେ ତାପମାତ୍ରା କମିବାରେ ଲାଗିବ । ପାଖାପାଖି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ । ଫଳରେ ଅଧିକ ଶୀତ ଅନୁଭୂତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.