ଏମିତି ଏକ ଦେଶ ଯେଉଁଠି ସମୁଦ୍ର ତଳେ ରହିଛି ପୋଷ୍ଟ ଅଫିସ, ଆଉ ସେଠାରେ କେବଳ ସମୁଦ୍ର ବୁଡାଳି ହିଁ ପକାଇପାରନ୍ତି ଚିଠି

୧୮୭୪ ଅକ୍ଟୋବର ୯ ତାରିଖରେ ୟୁନିଭରସାଲ ପୋଷ୍ଟାଲ ୟୁନିଅନ ବନାଇବା ପାଇଁ ବିଶ୍ବର ୨୨ଟି ଦେଶ ନିଜର ସହମତି ଦେଇଥିଲେ। ୧୯୬୯ ମସିହାରେ ଜାପାନର ଟୋକିଓରେ ଏକ ଆୟୋଜନରେ ଅକ୍ଟୋବର ୯ ତାରିଖକୁ ବିଶ୍ବ ଡାକ ଦିବସ ପାଳନ କରାଯିବାର ଫଇସଲା କରାଯାଇଥିଲା। ଯାହାର ଉଦ୍ଦେଶ ଥିଲା କି, ନାଗରିକଙ୍କୁ ଡାକ ସେବା ସହିତ ଯୋଡିବା ଏବଂ ସଚେତନତା କରିବା।

ଏପର୍ଯ୍ୟନ୍ତ ଦୁନିଆରେ ୧୪୨ ଦେଶରେ ପୋଷ୍ଟାଲ କାର୍ଡ ରହିଛି। ଯାହା ୟୁନିଭରସାଲ ପୋଷ୍ଟାଲ ସେବା ଅଧିନରେ ଆସୁଛି। ଭାରତରେ ପିନକୋଡ ନମ୍ବର ଆଧାରରେ ଚିଠି ବଣ୍ଟନ କରାଯାଇଥାଏ। ପିନକୋଡ ନିର୍ଦ୍ଧିଷ୍ଟ ଭାବେ ପ୍ରଚଳନ ଅଗଷ୍ଟ ୧୫, ୧୯୭୨ରେ ଆରମ୍ଭ ହୋଇଥିଲା। ପିନକୋଡର ପ୍ରଥମ ସଂଖ୍ୟା କ୍ଷେତ୍ର, ଦ୍ବିତୀୟ ସବ୍ ଡିଭିଜନ, ତ୍‌ତୀୟ ସଂଖ୍ୟା ଜିଲ୍ଲା ବିଷୟରେ ଜଣାଇଛନ୍ତି। ଶେଷ ସଂଖ୍ୟାରୁ ଜଣାପଡିଥାଏ କି, ଚିଠି ଜିଲ୍ଲାରେ କୌଣସି ପୋଷ୍ଟ ଅଫିସକୁ ଯିବ।

post office

ଦୁନିଆର ସବୁଠୁ ବଡ ପୋଷ୍ଟ ଅଫିସ:

ଏଠାରେ ଦେଢ ଲକ୍ଷରୁ ଅଧିକ ପୋଷ୍ଟ ଅଫସିରେ ଦେଶର କୋଣ ଅନୁକୋଣରେ କାମ କରିଥାଏ। ଭାରତୀୟ ଡାକ ଅନୁସାରେ ଗୋଟେ ପୋଷ୍ଟ ଅଫିସ ଜରିଆରେ ପାଖାପାଖି ୭ ହଜାର ଲୋକଙ୍କୁ ସେବା ମିଳିଥାଏ। ୮୩% ଅନ୍ତରାଷ୍ଟ୍ରୀୟ ଡାକ ପାଖାପାଖି ୫ ଦିନ ଭିତରେ ତାର ଗନ୍ତବ ସ୍ଥାନରେ ପହଞ୍ଚିଯାଏ। ଭାରତରେ ଅଲଗା ଅଲଗା ସ୍ଥାନରେ ଡାକ ଅଲଗା ଅଲଗା ପ୍ରକାରର ସୁବିଧା ଦେଇଥାଏ।

vanuatu

ସମୁଦ୍ର ଭିତରେ ରହିଛି ପୋଷ୍ଟ ଅଫିସ:

ରିପବ୍ଲିକ ଅଫ ଭାନୁଅତୁର ପୋଷ୍ଟ ଅଫିସି ସବୁଠାରୁ ବଡ। ଏହା ପାଣି ଭିତରେ ରହିଛି। ଗ୍ରାଉଣ୍ଡ ଲେବରଲର ୯ ଫୁଟ ତଳେ ରହିଥିବା ଏହି ପୋଷ୍ଟ ଅଫିସରରେ ମାଛମାନଙ୍କ ମଧ୍ୟରେ ରହିଛି ଏକ ପୋଷ୍ଟ ବକ୍ସ। ଯାହା ୱାଟରପ୍ରୁଫ ରହିଛି। ଚିଠି ଓଦା ନ ହେବା ଏବଂ ସୁରକ୍ଷିତ ଭାବେ ନିଜର ଗନ୍ତବ ସ୍ଥଳରେ ପହଞ୍ଚିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଆଉ ସବୁଠାରୁ ଆଶ୍ଚର୍ଯର କଥା ହେଲା, ଏହି ପୋଷ୍ଟ ବାକ୍ସ ମଧ୍ୟ କିଛି ଦିନ ମଧ୍ୟରେ ଫୁଲ ହୋଇଯାଏ। ଏଠିକାର ସରକାର ଏହି ପୋଷ୍ଟ ବାକ୍ସରେ ଚିଠି ପକାଇବାକୁ ଯିବାକୁ ଏକ ଆଡଭେଞ୍ଚର ଆକ୍ଟିଭିଟିକୁ ପ୍ରୋତ୍ସାହନ ଦେଉଛନ୍ତି। ସ୍କୁବା ଡାଇଭିଂର ଇଚ୍ଛା ରଖୁଥିବା ବ୍ୟକ୍ତି ଏଠାକୁ ଯାଇ ଚିଠି ପକାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.