କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସହାୟତା ଯୋଗୁଁ ନୂଆ ଜୀବନ ପାଇଲା ମୋନାଲିସା, କିରୋସିନି ଢାଳି ସ୍ବାମୀ ଜାଳିଦେଇଥିଲା

ବାଲେଶ୍ବର(କେନ୍ୟୁଜ୍):  କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ଯୋଗୁଁ ନୂଆ ଜୀବନ ପାଇଲା ମୋନାଲିସା । ନିଜ ସ୍ତ୍ରୀ ଟିକଟକ କରୁଥିବା ଦେଖି ଉତକ୍ଷିପ୍ତ ହୋଇ କିରୋସିନି ଢାଳି ଜୀବନରେ ମାରିଦେବା ପାଇଁ ଉଦ୍ୟମ କରିଥିଲା ପିଚସ ସ୍ଵାମୀ । ଏଭଳି ଘଟଣା ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଅଞ୍ଚଳରେ ଗତ ୮ ମାସ ତଳେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ଘଟଣା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା ଅନ୍ତର୍ଗତ ହିଙ୍ଗୁଳା ଛେଳିଆ ଅଞ୍ଚଳର ମୋନାଲିସା ଦାସ୍  କାଠପାଳ ଅଞ୍ଚଳର ମୋହିତ ମହାପାତ୍ରଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।  କିନ୍ତୁ ବିବାହର କିଛି ଦିନ ପରେ ସ୍ଵାମୀ ମୋହିତ ଯୌତୁକ ଓ ଅନ୍ୟ  ଝଙ୍କ ସହ ସମ୍ପର୍କ ଥିବାକୁ ନେଇ ଉଭୟଙ୍କ ଭିତରେ ମତାନ୍ତର  ଲାଗି ରହିଥିଲା।

ଅନ୍ୟ ପଟେ ସ୍ତ୍ରୀ ମୋନାଲିସା ଆଧୁନିକା ଓ ଟିକ୍ ଟକ କରୁଥିବା ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତି ହେଉଥିଲା । ହେଲେ ଗତ ୮ ମାସ ତଳେ ମୋହିତ ସ୍ତ୍ରୀ ମୋନାଲିସାଙ୍କୁ ଟିକଟକ୍  କରୁଥିବା ବେଳେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ । ଫଳରେ ମୋନାଲିସା ଦୀର୍ଘ ଦିନ ଧରି ଟାଟା ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ। କିନ୍ତୁ ଉନ୍ନତ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ନିବେଦନ କରିଥିଲେ ।  ପରେ କେନ୍ଦ୍ରମନ୍ତ୍ରୀ ଙ୍କ ଆର୍ଥିକ ସହଯୋଗରେ ମୋନାଲିସା ସଫଳ ଭାବେ ପ୍ଲାଷ୍ଟିକ ସର୍ଜରୀ ପରେ ଆଜି ସୁସ୍ଥ ହୋଇ କଟକରୁ ଫେରିଛନ୍ତି । ମୋନାଲିସା ନୂଆ ଜୀବନ ପାଇଥିବାରୁ ତାଙ୍କ ପରିବାର କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଘଟଣା ପରେ ମୋନାଲିସାଙ୍କ ପରିବାର ପକ୍ଷରୁ ସ୍ଵାମୀ ମୋହିତ , ଶାଶୁ , ଦିଅର , ନଣନ୍ଦଙ୍କ ନାମରେ ଅଭିଯୋଗ ଆଣିଥିଲେ । ଘଟଣା ଘଟିବାର ୮ ମାସ ବିତିଯାଇ ଥିବା ବେଳେ  ବୈସିଙ୍ଗା ପୋଲିସ କେବଳ ସ୍ଵାମୀ ମୋହିତ ମହାପାତ୍ରକୁ ଗିରଫ କରି ଚୁପ୍ ବସିପଡ଼ିଛି । ଅନ୍ୟପଟେ ସ୍ଵାମୀ ମୋହିତ ଗିରଫ ହେବାର ୮ ଦିନ ପରେ ପୁଣି ଜେଲରୁ ବାହାରିବା ଘଟଣାକୁ କେନ୍ଦ୍ର ମନ୍ତ୍ରୀ ଦୃଢ଼ ନିନ୍ଦା କରିଥିବା ସହ ଗୁରୁତର ମୋନାଲିସାଙ୍କୁ ଆର୍ଥିକ ଓ ଆଇନଗତ ସହାୟତା ପାଇଁ ହାତ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶ୍‌ତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.