ସ୍ତ୍ରୀକୁ ଲୁହାରଡ଼ରେ ପିଟି ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କେନ୍ଦୁଝର ଜିଲ୍ଲା ଦୌରା ଜଜ

କେନ୍ଦୁଝର (କେନ୍ୟୁଜ): ୨୦୧୮ ମସିହା କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖୁଣ୍ଟିବେଡା ଗ୍ରାମରେ ସୁକୁରାମ ଲୋହାର ତାଙ୍କ ପତ୍ନୀ କୁନି ଲୋହାରଙ୍କୁ ଲୁହାରଡ଼ରେ ପିଟିପିଟି ହତ୍ୟା କରିଥିଲେ । ଯାହାକୁ ନେଇ ସୁକୁରାମ ଲୋହାରଙ୍କୁ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କେନ୍ଦୁଝର ଦୌରା ଜଜ ଚିତ୍ତରଞ୍ଜନ ମହାପାତ୍ର । ଏହି ଘଟଣା ୬/୧୨/୨୦୧୮ ମସିହା ପାଟଣା ଥାନାର ମାମଲା । କାରାଦଣ୍ଡର ଶୁଣାଣି କରିବା ସହ ୫୦ ହଜାର ଟଙ୍କା ଜରିମାନା , ଜରିମାନା ଅନାଦେୟ ହେଲେ ଅଧିକ ଏକ ବର୍ଷ ସଶ୍ରମ କାରାଦଣ୍ଡ ନେଇ ସୂଚନା ଦେଲେ ସରକାରୀ ଓକିଲ ପ୍ରଦୀପ ଦାସ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.