କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବିନିମୟ, ୨ ମହିଳା ମାଓବାଦୀ ମୃତ

କନ୍ଧମାଳ (କେନ୍ୟୁଜ): ୨ ମାଓବାଦୀଙ୍କୁ ଏନକାଉଣ୍ଟର । କନ୍ଧମାଳ-ବୌଦ୍ଧ ବର୍ଡରରେ ଆଜି ମାଓବାଦୀ ଓ ଏସଓଜି, ଡିଭିଏଫ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏନକାଉଣ୍ଟର ସ୍ଥଳରୁ ୨ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୋଟିଏ ଇନସାସ୍‌ ରାଇଫଲ, ୩ଟି ଦେଶୀ ବନ୍ଧୁକ ଓ ୧୧ ରାଉଣ୍ଡ ଗୁଳି ଜବତ ହୋଇଛି । ମାତାକୂପ ରିଜର୍ଭ ଫରେଷ୍ଟରେ ଏନକାଉଣ୍ଟର ହୋଇଛି । ମାତାକୂପ ରିଜର୍ଭ ଫରେଷ୍ଟରେ ମାଓବାଦୀଙ୍କ ଗତିବିଧି ନେଇ ପୋଲିସ ପାଖରେ ସୂଚନା ଥିଲା । ଏହାପରେ ଅପରେସନ ଆରମ୍ଭ କରିଥିଲେ ଯବାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.