Below header

କାରଗିଲ ବସ୍ତିରେ ମହିଳାଙ୍କୁ ମର୍ଡର୍‌, ଛଅ ମାସର ବାହାଘର ପରେ ମାରିଦେଲା ସ୍ୱାମୀ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ଥିବା କାରଗିଲ୍ ବସ୍ତିରେ ହତ୍ୟାକାଣ୍ଡ । ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । କିଛି ସମୟ ପୂର୍ବରୁ ଏହି ଘଟଣା ବିଷୟରେ ଜଣାପଡ଼ିଛି । ମହିଳାଙ୍କ ରକ୍ତ ଜୁଡୁବୁଡୁ ଶରୀର ଘରେ ପଡ଼ିଥିବାର ଦେଖା ଯାଇଥିଲା । ଅତି ନିର୍ମମ ଭାବେ ମହିଳାଙ୍କୁ ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡ଼ିଛି ।

ମୃତକ ହେଉଛନ୍ତି ଶକୁନ୍ତଳା ମାଝୀ । ସ୍ୱାମୀ ସ୍ତ୍ରୀ ଝଗଡ଼ାରୁ ଏହି ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି । ପୋଲିସ୍ ଅଭିଯୁକ୍ତ ସ୍ୱାମୀ ମୁରଲୀଧର ବେହେରାକୁ ଗିରଫ କରିଛି । ଏୟାରଫିଲଡ୍ ଥାନା ଘଟଣାର ତଦନ୍ତ କରୁଛି । ଶକୁନ୍ତଳା ଓ ମୁରଲୀଧର ଛଅ ମାସ ତଳେ ଗତ ଫେବ୍ରୁଆରୀରେ ବାହା ହୋଇଥିଲେ। ତେବେ କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭୀଷଣ ଝଗଡ଼ା ହେବା ପରେ ଉତ୍ତ୍ୟକ୍ତ ମୁରଲୀ ହାତୁଡ଼ିରେ ଶକୁନ୍ତଳାର ମୁଣ୍ଡକୁ ପିଟି ଚାଲିଥିଲା । ତାଙ୍କର ସେହିଠାରେ ହିଁ ମୃତ୍ୟୁ ହୋଇଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.