ଗାଁ ସାରା ଶୁଭୁଛି ରେବତୀର କାନ୍ଦ ! ସ୍ୱାମୀର ଶବ ପାଖରେ ବସି ଗୁମୁରୀ ଗୁମରୀ କାନ୍ଦୁଛି
ମୁଁ ଏକା ଏବେ କଣ କରିବି, କେମିତି ତାଙ୍କୁୁ ବଡ କରିବି । କେମିତି ତାଙ୍କ ମୁଣ୍ଡରେ ଛାତ ଦେବି, ତମେ କୁହ । ତୁମେ ତ ଏକା ରୋଜଗାର କରୁଥିଲେ ମୁଁ କଣ ଜାଣିଛି ଏ ଦୁନିଆ ବିଷୟରେ । କେମିତି ତୁମେ ଆମକୁ ଛାଡି ଚାଲିଗଲ ।"
ଜଳେଶ୍ୱର (କେନ୍ୟୁଜ) : ଗାଁ ସାରା ଶୁଭୁଛି ରେବତୀର କାନ୍ଦ…କିଛି ବୁଝି ନପରିଲେ ବି ଛୁଆମାନେ କାନ୍ଦୁଛନ୍ତି । ସ୍ୱାମୀର ଶବ ପାଖରେ ବସି ଗୁମୁରୀ ଗୁମରୀ କାନ୍ଦୁଛି ରେବତୀ । ସ୍ୱାମୀର ଶରୀରରେ ପ୍ରାଣ ସିନା ନାହିଁ, ହେଲେ ରେବତୀ କହିଚାଲିଛି ପାଖରେ ବସି । “ଏଇ ଏତେ ବଡ ଦୁନିଆ, ତମେ କେମିତି ଆମକୁ ଛାଡି ଚାଲିଗଲ । ପିଲାଙ୍କ କଥା ବି ଟିକେ ଭାବିଲନି, ରୋଗ ସହ କଣ ଟିକେ ସଂଘର୍ଷ କରିପାରିଲନି । ଆମ ଛୁଆ ପା ଏବେ ଛୋଟ ଅଛନ୍ତି । ମୁଁ ଏକା ଏବେ କଣ କରିବି, କେମିତି ତାଙ୍କୁୁ ବଡ କରିବି । କେମିତି ତାଙ୍କ ମୁଣ୍ଡରେ ଛାତ ଦେବି, ତମେ କୁହ । ତୁମେ ତ ଏକା ରୋଜଗାର କରୁଥିଲେ ମୁଁ କଣ ଜାଣିଛି ଏ ଦୁନିଆ ବିଷୟରେ । କେମିତି ତୁମେ ଆମକୁ ଛାଡି ଚାଲିଗଲ ।”
ଏହା ହେଉଛି ରେବତୀର କଥା । ବାହୁନି ବାହୁନି କାନ୍ଦୁଛି । ସ୍ୱାମୀକୁ ଝୁରୁଛି । ପିଲା ତିନିଟା ବି ଏବେ ଏକଦମ୍ ବେସାହାରା ହୋଇଯାଇଛନ୍ତି । ରେବତୀ ଆଉ ତାର ଘରକୁ ଦେଖିଲେ ଲାଗୁଛି ଯେମିତି ଏମାନେ ଜୀବନ ସଂଘର୍ଷର ଏକ ଜ୍ୱଳନ୍ତ ଉଦାହରଣ । ଏ ପିଲାମାନଙ୍କୁ ଦେଖିଲେ ଲାଗୁଛି ବହୁତ ଦିନ ହେବ ଏମାନେ ଯେମିତି ଭଲରେ ଭାତ ଗଣ୍ଡିଏ ଖାଇନାହାଁନ୍ତି । ଏ ଘରକୁ ଟିକେ ଦେଖିଲେ, ଝାଟି ମାଟି ଉପରେ ଜରି ଘୋଡାଇ ଦିଆଯାଇଛି । ତାଉପରେ ପୁଣି ଦଉଡି ଟଣା ହୋଇ ଜରିକୁ ଘୋଡାଯାଉଛି । ଏ ଘର ଭିତରକୁ ପୁଣି ସଳଖି ପଶି ହେଉନି, ମୁଣ୍ଡ ଆଉ ପିଠି ନୁଆଇଁ ଏ ଘରକୁ ପଶୁଛନ୍ତି । ଆପଣ ନିଜେ ଭାବିଲେ ଆଜିର ସମୟରେ ଏମିତି ଏତେ ଦୁର୍ଦଶାରେ ବି ଅଛନ୍ତି ଲୋକେ । ଏ ଘରକୁ ଜୀବଜନ୍ତୁ ବି ପଶିପାରିବେନି । ସେଠି ଏ ମଣିଷ କେମିତି ଯେ ରହୁଛନ୍ତି । ଥରେ ଏମାନଙ୍କ କଥା ଭାବିଲେ ଆଜ୍ଞା । ଏମାନେ କଣ ହକଦାର ନୁହଁନ୍ତି ଖଣ୍ଡେ ଘର ପାଇବାକୁ । ସରକାର ପରା ଏତେ ଯୋଜନା କରିଛନ୍ତି । ତାହେଲେ ଏମାନେ ଏମିତି ଦୁର୍ଦଶା କାହିଁକି ଭୋଗୁଛନ୍ତି ।
କାହିଁକି ଜାଣିଛନ୍ତି ସରକାରଙ୍କ ଯୋଜନା ତା ବାଟରେ ଆଉ ରେବତୀର ଦୁଃଖ ତା ବାଟରେ । ସରକାରଙ୍କ ପକ୍ଷରୁ ମାଳ ମାଳ ଯୋଜନା ଥିଲେ ମଧ୍ୟ ସ୍ଥାନୀୟ ଜନ ପ୍ରତିନିଧୀ ଏବଂ ପ୍ରଶାସନର ଦାୟିତ୍ବହୀନତା ଯୋଗୁଂ ଏବେ ବି ଅନେକ ଲୋକ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଦୁର୍ବିସହ ଜୀବନ ବିତାଉଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅସହାୟ ବିଧବା ମହିଳା ରେବତୀ ଗୋଚ୍ଛାୟତଙ୍କ କ୍ଷେତ୍ରରେ । ମାରାତ୍ମକ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ସ୍ବାମୀଙ୍କ ମୃତ୍ୟୁ ପରେ ତିନି ଜଣ ନାବାଳକ ପିଲାଙ୍କୁ ଧରି ଭୋକ ଉପାସରେ ଜରି ପାଲ ତଳେ ଜୀବନ ବିତାଉଛି ସ୍ତ୍ରୀ । ସମସ୍ତ ସରକାରୀ ଯୋଜନା ସତେ ଯେମିତି ଏହି ପରିବାର ପାଇଁ ପାଲଟି ଯାଇଛି ସାତ ସପନ । ନିଜ ଭାଗ୍ୟକୁ ଆଦରି କାନ୍ଦିବା ଛଡା ଏମାନଙ୍କ ପାଖରେ କିଛି ବି ସମ୍ବଳ ନାହିଁ ।
ବାଲେଶ୍ବର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଗାଁରେ ବସବାସ କରନ୍ତି ବନମାଳୀ ଗୋଛାୟତଙ୍କ ପରିବାର । ବନମାଳୀଙ୍କ ନିଜର ଜମି ବାଡି କିଛି ନଥିବାରୁ ନିଜେ ଝାଡୁ ତିଆରି କରି ତାକୁ ବଜାରରେ ବିକ୍ରି କରି ଯାହା କିଛି ରୋଜଗାର ହୁଏ ସେଥିରେ କଷ୍ଟେମଷ୍ଟେ ଚଳି ଯାଉଥିଲେ । ପରିବାର କହିଲେ ସ୍ତ୍ରୀ ରେବତୀ , ଦୁଇ ଝିଅ ଏବଂ ଗୋଟେ ପୂଅ । ସମସ୍ତେ ନାବାଳକ ହୋଇଥିବା ବେଳେ ସାନ ଝିଅ ଜନ୍ମରୁ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଏବେ ସମ୍ପୂର୍ଣ୍ଣ ଭାବରେ ଦିବ୍ୟାଙ୍ଗ ହୋଇଯାଇଛି । ୧୦ ବର୍ଷ ବୟସ ହୋଇଥିଲେ ବି ଗୋଟିଏ ଜାଗାରେ ବସି ରହି କାନ୍ଦୁଛି । ପରିବାରର ଆର୍ଥିକ ସମ୍ବଳ ନଥିବାରୁ ଝିଅର ଚିକିତ୍ସା କରାଇ ପାରୁନାହାନ୍ତି । ଯେଉଂଠି ଦିନକୁ ଦିମୁଠା ପେଟକୁ ଦାନା ଯୋଗାଡ କରିବା ପାଇଁ ଏମାନଙ୍କୁ ସଘଂର୍ଷ କରିବାକୁ ପଡୁଛି ସେଠି ଚିକିତ୍ସା କଥା ପଚାରେ କିଏ? ତେବେ ଏହି ପରିବାର ଉପରେ ଦୁଃଖର ବାଦଲ ଖସି ପଡିବା ଭଳି ଗତ କିଛି ମାସ ପୂର୍ବରୁ ବନମାଳୀ ଙ୍କ ଗୋଡ ରେ ଏକ ଘା ହୋଇ ଥିଲା । ହସପିଟାଲକୁ ଯାଇ ଡାକ୍ତର ଦେଖିଲା ବେଳକୁ ତାହା କ୍ଯାନସର ବୋଲି ଜଣା ପଡିବା ପରେ ସମସ୍ତଙ୍କ ପାଦ ତଳୁ ମାଟି ଖସି ଯାଇ ଥିଲା,ତେବେ ଅର୍ଥାଭାବରୁ ଚିକିତ୍ସା ହୋଇ ନପାରି ଗତ 15 ଦିନ ପୂର୍ବରୁ ବନମାଳୀ ଙ୍କ ହଠାତ ମୃତ୍ଯୁ ହେବା ପରେ ସ୍ତ୍ରୀ ରେବତୀ ଏବେ ତିନି ନାବାଳକ ପିଲା ଙ୍କୁ ନେଇ ଭୋକ ଉପାସ ରେ ଦିନ କାଟୁଛନ୍ତି,ପର ଘରେ ମାଗି ଯାଚି ଯାହା କିଛି ମିଳୁଛି ଏବଂ ସାହି ପଡିଶା ଲୋକ ଯିଏ ଯାହା ଦେଉଛନ୍ତି ସେଥିରେ ଚଳୁଛନ୍ତି, ରହିବା ପାଇଁ ଘର ଟିଏ ନଥିବାରୁ ଛିଣ୍ତା ପଲିଥିନଟିଏ ପକାଇ ଖରା ବର୍ଷା ଏବଂ ଶୀତ କାକରରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ।
ସରକାରୀ ସହାୟତା କହିଲେ କେବଳ ମାସକୁ ୨୦ କିଲୋ ଚାଉଳ ବ୍ୟତୀତ ଆଉ କିଛି ବି ମିଳେନି । ସାନ ଝିଅ ସମ୍ପୂର୍ଣ୍ଣ ଦିବ୍ଯାଙ୍ଗ ହୋଇଥିବା ବେଳେ ଦିବ୍ୟାଙ୍ଗ ଭତ୍ତାଟିଏ ବି ଏ ପର୍ଯ୍ୟନ୍ତ ମିଳି ପାରିନି । ଆବାସ ଯୋଜନାରେ ଘର ଖଣ୍ତିଏ ପାଇଁ ବାରମ୍ବାର ସ୍ଥାନୀୟ ସରପଞ୍ଚଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଏମାନଙ୍କ କଥା କେହି କର୍ଣ୍ଣପାତ କରୁନାହାନ୍ତି । ବନମାଳୀଙ୍କ ମୃତ୍ୟୁ ପରେ ଅର୍ଥାଭାବ ଯୋଗୁଁ ପିଲା ମାନଙ୍କର ପାଠ ପଢାରେ ମଧ୍ୟ ଡୋରି ଲାଗିଯାଇଛି । ତେଣୁ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଲୋକେ ଏବଂ ଗ୍ରାମବାସୀ ନିବେଦନ କରିଛନ୍ତି ।
ଏହି ଅସହାୟ ପରିବାରକୁ ଯଦି ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳି ପାରନ୍ତା ତାହାଲେ ଏହି ପରିବାର ଉପକୃତ ହୋଇ ପାରନ୍ତେ । ଆମେ ମଧ୍ୟ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ । କାରଣ ଆପଣ ମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି । ଏବେବି ଆପଣ ମାନଙ୍କ ସହଯୋଗ ଏହି ଅସହାୟ ପରିବାର ମୁହଁରେ ହସ ଫୁଟାଇବାରେ ସାହାଯ୍ୟ କରିବେ ବୋଲି ଆଶା କରୁଛୁ, ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ତାହାଲେ ରେବତୀଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇ ପାରିବେ ।
ବ୍ୟାଙ୍କ ଡିଟେଲ୍ସ –
ନାମ : ରେବତୀ ଗୋଚ୍ଛାୟତ୍
ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ
ବ୍ରାଞ୍ଚ୍ : ଶ୍ରୀରାମପୁର, ବାଲେଶ୍ୱର
ଆକାଉଣ୍ଟ ନମ୍ବର : ୩୯୪୨୯୬୨୯୪୯୦
ଆଇଏଫଏସସି : SBIN୦୦୦୬୪୧୩
ଫୋନ୍ ନମ୍ବର – ୮୪୫୬୯୨୯୦୩୫