Below header

ଟାଙ୍ଗୀ: ସୁନାଖଳା କହ୍ନେଇପୁର ଠାରେ ସ୍କୁଟିକୁ ଧକ୍କା ଦେଲା ସାନଖେମୁଣ୍ଡିର ପୂର୍ବତନ ବିଧାୟିକାଙ୍କ କାର୍, ମହିଳା ମୃତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ୧୬ନଂ ଜାତୀୟ ରାଜପଥ ସୁନାଖଳା କହ୍ନେଇପୁର ଠାରେ ଦୁର୍ଘଟଣା।ସ୍କୁଟି କୁ ଧକ୍କା ଦେଲା କାର। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।  ମୃତ ମହିଳା ଜଣଙ୍କ ନୟାଗଡ଼ ସଙ୍ଖେଇ ଗ୍ରାମରର ସଇଳ ଘଡେ଼ଇ। ମୃତ ମହିଳାଙ୍କ ଦୁଇଟି ପିଲା ଏବଂ ନଣଦେଇ ଗୁରୁତର ଆହତ ହୋଇ ବାଲୁଗାଁ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ଯେଉଁ କାରଟି ସ୍କୁଟିକୁ ଧକ୍କା ଦେଇଥିଲା ତାହା ପୂର୍ବତନ ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀଙ୍କର ବୋଲି ଜଣାପଡିଛି। ବାଣପୁର ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.