ରୋହିତ ଶର୍ମାଙ୍କ ଝିଅ ସାଥୀରେ ଶିଖର ଧବନଙ୍କ ଖେଳ, ଦେଖନ୍ତୁ ମଜାଦାର ଭିଡିଓ

ପଡ଼ିଆରେ ବଢ଼ିଆ ଓପନିଂ ଯୋଡ଼ି ଭଳି ପଡ଼ିଆ ବାହାରେ ବି ବେଶ୍‌ ଜମୁଛି ରୋହିତ-ଶିଖର ଯୋଡ଼ି । ପଡ଼ିଆରେ ତ ସବୁ ଦିନେ ଖେଳ ହେଉଛି । ଏହି ଖେଳକୁ ସମସ୍ତେ ଷ୍ଟାଡିୟମ୍‌ରେ ବସି ହେଉ ଅବା ଟିଭିରେ ଦେଖୁଛନ୍ତି । ହେଲେ ଘରେ ପିଲାଙ୍କ ସହ ଖେଳାଳିଙ୍କ ଖେଳ ବା କେତେ ଜଣ ଦେଖି ପାରୁଛନ୍ତି । ଏମିତି ଏକ ଘର ଭିତରର ଖେଳ ଦେଖିବାକୁ ମିଳିଛି ଇନଷ୍ଟାଗ୍ରାମ୍‌ରେ । ଏବେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ୍‌ ସିରିଜ୍‌ ଚାଲିଛି । ଗତକାଲି ସରିଛି ପ୍ରଥମ ଟି-୨୦ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଓପ୍ନର ଶିଖର ଧବନ୍‌ ଭଲ ଖେଳିଛନ୍ତି । ଅବଶ୍ୟ ଏହି ମ୍ୟାଚ୍‌କୁ ଭାରତ ହାରିଯାଇଛି । ତେବେ ପଡ଼ିଆ ଭିତରୁ ବାହାରି ହୋଟେଲ ରୁମ୍‌ ନିଜ ପରିବାର ସହ ରିଲାକ୍ସ କରିଛନ୍ତି ଶିଖର ଓ ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ କୁନି ଝିଅ ସମାଇରା ସହିତ ଶିଖର ଖେଳୁଥିବାର ଭିଡିଓ ଭାଇରାଲ ହୋଇଛି । ସମାଇରା ନିଜ ବାପା ରୋହିତ ଶର୍ମାଙ୍କ କୋଳରେ ଅଛନ୍ତି ଏବଂ ପାଖ ବେଡ୍‌ରେ ବସି ଶିଖର ତାଙ୍କ ସହ ଖେଳୁଛନ୍ତି । ରୋହିତ ଗତ ଜାନୁଆରୀ ମାସରେ ବାପା ହୋଇଥିଲେ । ଅର୍ଥାତ୍‌ ସମାଇରାଙ୍କୁ ଏବେ ବୟସ ମାତ୍ର ୧୦ ମାସ ।

 

View this post on Instagram

 

Some masti with adorable Samaira ❤ @rohitsharma45

A post shared by Shikhar Dhawan (@shikhardofficial) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.