ବାଇକ୍‌ରେ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ମାଡି ଆସିଲା ପାଣି: ଭାସିଗଲେ ସ୍ତ୍ରୀ, ବଞ୍ଚିଗଲେ ସ୍ୱାମୀ

ଭଞ୍ଜନଗର(କେନ୍ୟୁଜ୍): ରାସ୍ତା ଉପରକୁ ମାଡି ଆସିଲା ପାଣି । ଭାସିଗଲେ ସ୍ୱାମୀ, ସ୍ତ୍ରୀ । ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ସ୍ତ୍ରୀର ପତ୍ତା ମିଳିନି । ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡି ନାରୀଗୋଛା ଗାଁ ନିକଟରେ ଅଘଟଣ ଘଟିଛି ।

ଗତକାଲି ରାତିରେ ବାଇକ୍‌ରେ ସ୍ୱାମୀ ସ୍ତ୍ରୀ ଯାଉଥିଲେ । ହଠାତ୍‌ ପାଣି ମାଡିଆସିବାରୁ ଉଭୟ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ସ୍ୱାମୀ ରଞ୍ଜିତ ନାୟକଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ସ୍ତ୍ରୀ ମୋନାଲିସା ନିଖୋଜ ଅଛନ୍ତି । ଗାଁ ପାଖ ଚାକୁଣ୍ଡା ନାଳରେ ବଢିପାଣି ଆସିଥିବାରୁ ରାସ୍ତା ଉପରକୁ ପାଣି ମାଡ଼ି ଆସିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.