Below header

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ବେକରେ ରସି ଲଗାଇ ଜୀବନ ହାରିଥିବା ଅଭିଯୋଗ

ସମ୍ୱଲପୁର ଜିଲ୍ଲା କୁଚିଣ୍ଡା କିରାଶାସନ ଗାଁର ବିଧାନ ମହାପାତ୍ରଙ୍କ ବୋହୂ ଯୁକ୍ତାମୁଖୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହତ୍ୟା ମାମଲା ରୁଜୁ । ଯୁକ୍ତା ବେକରେ ରସି ଲଗାଇ ଜୀବନ ହାରିଥିବା କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ପ୍ରଦୀପ୍ତ ମହାପାତ୍ର ।

ସମ୍ୱଲପୁର (କେନ୍ୟୁଜ): ସମ୍ୱଲପୁର ଜିଲ୍ଲା କୁଚିଣ୍ଡା କିରାଶାସନ ଗାଁର ବିଧାନ ମହାପାତ୍ରଙ୍କ ବୋହୂ ଯୁକ୍ତାମୁଖୀଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ହତ୍ୟା ମାମଲା ରୁଜୁ । ସ୍ତ୍ରୀ ଯୁକ୍ତା ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା କୁଚିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ସ୍ବାମୀ ପ୍ରଦୀପ୍ତ ମହାପାତ୍ର । ପ୍ରଦୀପ୍ତଙ୍କ ରିପୋର୍ଟ ଆଧାରରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା । ତେବେ ଝିଅକୁ ଯୌତୁକ ପାଇଁ ହତ୍ଯା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ଥାନାରେ ଏତଲା ଦେଇଛନ୍ତି ମୃତ ଯୁକ୍ତାଙ୍କ ବାପା କରୁଣାକର ଦାଶ। ଏହାକୁ ଭିତ୍ତି କରି ପୋଲିସ ଆଇପିସି ଧାରା ୩୦୨/୩୪ରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା କୁକୁରଜଂଘା ଗାଁର କରୁଣାକର ଦାଶଙ୍କ ଝିଅ ଯୁକ୍ତାମୁଖୀଙ୍କୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା କିରାଶାସନ ଗାଁର ବିଧାନ ମହାପାତ୍ରଙ୍କ ପୁତ୍ର ପ୍ରଦୀପ୍ତ ବିବାହ କରିଥିଲେ। ତାଙ୍କର ତିନି ମାସର ଏକ ଶିଶୁ କନ୍ୟା ଅଛି। ଏହି ମାମଲାରେ ତଦନ୍ତ ଚାଲିଛି । ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା କୁଚିଣ୍ଡା ଥାନା ଆଇଆଇସି ଦିଲୀପ କୁମାର ସ୍ବାଇଁ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.