Below header

ଜାଣନ୍ତୁ ଚଳିତ ବର୍ଷର ଶେଷ ଅମାବାସ୍ୟା, ରହିଛି ବିଶେଷ ମହତ୍ତ୍ୱ

ଚଳିତ ବର୍ଷର ମାର୍ଗଶିର ଅମାବାସ୍ୟା ପୂର୍ବପୁରୁଷମାନଙ୍କୁ ପୂଜା କରିବାର ଦିନ ଭାବେ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ପିଣ୍ଡ ଦାନ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ । ମାର୍ଗଶିର ଅମାବାସ୍ୟା ଚଳିତ ବର୍ଷର ଶେଷ ଅମାବାସ୍ୟା ହେବ ।

ଚଳିତ ବର୍ଷର ଶେଷ ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି । କାରଣ ଏହା ମାର୍ଗଶିର ମାସରେ ପଡ଼ୁଛି । ତେଣୁ ଏହାକୁ ମାର୍ଗଶିର ଅମାବାସ୍ୟା ମଧ୍ୟ କୁହାଯାଏ । ତେବେ ବର୍ତ୍ତମାନ ମାର୍ଗଶିର ମାସ ଆରମ୍ଭ ହୋଇଛି । ମାର୍ଗଶିର ଅମାବାସ୍ୟା ଦିନ ତୀର୍ଥ ସ୍ନାନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି କୁହାଯାଏ । ଯେଉଁମାନେ ଏହି ମାସରେ ତୀର୍ଥ ସ୍ନାନ କରନ୍ତି ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ହାସଲ ହୁଏ ଏବଂ ସମସ୍ତ ବାଧାବିଘ୍ନରୁ ସେମାନେ ମୁକ୍ତି ପାଆନ୍ତି । ଏହା ବ୍ୟତୀତ ଏହି ଅମାବାସ୍ୟାରେ ଦାନ କଲେ ସମସ୍ତ ଇଚ୍ଛା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ଚଳିତ ବର୍ଷର ମାର୍ଗଶିର ଅମାବାସ୍ୟା ପୂର୍ବପୁରୁଷମାନଙ୍କୁ ପୂଜା କରିବାର ଦିନ ଭାବେ ପାଳନ କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ପିଣ୍ଡ ଦାନ କଲେ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳେ । ମାର୍ଗଶିର ଅମାବାସ୍ୟା ଚଳିତ ବର୍ଷର ଶେଷ ଅମାବାସ୍ୟା ହେବ । ତେବେ ଏହି ମାର୍ଗଶିର ଅମାବାସ୍ୟା ୧୨ ଡିସେମ୍ବର ୨୦୨୩ ରେ ପଡ଼ୁଛି । ମଙ୍ଗଳବାର ପଡ଼ୁଥିବା ଏହି ଅମାବାସ୍ୟାରେ ଭଗବାନ ହନୁମାନ ଏବଂ ମଙ୍ଗଳ ଗ୍ରହକୁ ପୂଜା କରି ମଙ୍ଗଳ ଦୋଷକୁ ଦୂର କରାଯାଇଥାଏ।

ପାଞ୍ଜିକା ଅନୁଯାୟୀ, ମାର୍ଗଶିର ଅମାବାସ୍ୟାର ତାରିଖ ୧୨ ଡିସେମ୍ବର ସକାଳ ୦୬.୨୪ ରୁ ଆରମ୍ଭ ହେବ ଏବଂ ୧୩ ଡିସେମ୍ବର ସକାଳ ୦୫.୦୧ ପର୍ଯ୍ୟନ୍ତ ଚାଲିବ । ଏହି ଆମାବାସ୍ୟାରେ ଗାଧୋଇବାର ଶୁଭ ସମୟ ସକାଳ ୦୫.୧୪ ରୁ ୦୬.୦୯ ପର୍ଯ୍ୟନ୍ତ ରହିବ । ଏହା ବ୍ୟତୀତ ପିତୃ ପୂଜା ପାଇଁ ଶୁଭ ସମୟ ସକାଳ ୧୧.୫୪ ରୁ ରାତି ୧୨.୩୫ ପର୍ଯ୍ୟନ୍ତ ରହିବ ।

ମାର୍ଗଶିର ଅମାବାସ୍ୟାର ଲାଭ :
ଯେଉଁ ଲୋକମାନଙ୍କ ରାଶିରେ ପିତୃ ଦୋଷ, ସନ୍ତାନ ସୁଖର ଅଭାବ କିମ୍ବା ରାହୁ ନବମ ଘରେ ଦୁର୍ବଳ ଥିବ ସେମାନେ ମାର୍ଗଶିର ଅମାବାସ୍ୟାର ବ୍ରତ ନିଶ୍ଚିତ ପାଳନ କରିବା ଆବଶ୍ୟକ । ଏହା ଆର୍ଥିକ, ମାନସିକ ଏବଂ ଶାରୀରିକ ଲାଭ ଯୋଗାଇଥାଏ । ଏହି ଅମାବାସ୍ୟାରେ ତୁଳସୀ ମୂଳକୁ ନେଇ ଗାଧୋଇବା ଉଚିତ୍ । ଏଭଳି କରିବା ଦ୍ୱାରା ଭଗବାନ କୃଷ୍ଣ ଅତ୍ୟନ୍ତ ଖୁସି ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କ ସମସ୍ତ କଷ୍ଟକୁ ଦୂରେଇ ଦିଅନ୍ତି ।

ବର୍ଷର ଶେଷ ଅମାବାସ୍ୟାର ଗୁରୁତ୍ୱ :
ଧାର୍ମିକ ଗ୍ରନ୍ଥ ଅନୁଯାୟୀ ସତ୍ୟ ଯୁଗରେ ଦେବତା ମାନେ ମାର୍ଗଶିର ମାସର ପ୍ରଥମ ତିଥିକୁ ବର୍ଷର ଆରମ୍ଭ ଭାବେ ପାଳନ କରିଥିଲେ । ବିଷ୍ଣୁ ପୁରାଣ ଅନୁଯାୟୀ ଏହି ଅମାବାସ୍ୟାରେ ଉପବାସ, ସ୍ନାନ ଏବଂ ଦାନ କଲେ ବ୍ରହ୍ମା, ଇନ୍ଦ୍ର, ସୂର୍ଯ୍ୟ, ଅଗ୍ନି, ପଶୁ, ପକ୍ଷୀ ଏବଂ ସମସ୍ତେ ସନ୍ତୁଷ୍ଟ ଓ ଖୁସି ହୁଅନ୍ତି । କୁହାଯାଏ ଯେ କାର୍ତ୍ତିକ ମାସର ଅମାବାସ୍ୟାରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରି ଯେପରି ଦୀପାବଳି ପାଳନ କରାଯାଏ, ସେହିଭଳି ଏହି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ମଧ୍ୟ ଶୁଭ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.