ତରଳୁଛି ବରଫ, ନିଶ୍ଚିହ୍ନ ହୋଇଯିବ କି ସମୁଦ୍ର କୂଳରେ ଥିବା ସହର ?

ବର୍ତ୍ତମାନ ୩୭ ବର୍ଷ ପରେ ମୁବ୍‌ମେଣ୍ଟ ଦେଖିବା ପାଇଁ ମିଳିଛି । ଏହାର ଅର୍ଥ ଏହା ନିଜ ସ୍ଥାନରୁ ଖସି ସମୁଦ୍ର ଆଡକୁ ଗତି କରୁଛି । ବୈଜ୍ଞାନିକମାନେ ଏହାର ଗତିବିଧିକୁ ନେଇ ଚିନ୍ତିତ, କାରଣ ଏହା କେବଳ ପଶୁମାନଙ୍କୁ ନୁହେଁ ବରଂ ମଣିଷଙ୍କୁ ମଧ୍ୟ ପ୍ରଭାବିତ କରିବ ।

ଅନେକ ଶତାଦ୍ଦୀ ଧରି ବିକାଶ ନାମରେ ମଣିଷମାନେ ପ୍ରକୃତି ସହିତ ଖେଳୁଛନ୍ତି । କିନ୍ତୁ ଏବେ ସେହି ଖେଳ ଲୋକଙ୍କ ସହିତ ହେବାକୁ ଆରମ୍ଭ ହୋଇଛି । ବାୟୁ ପ୍ରଦୂଷିତ ଏବଂ ଜଳ ପ୍ରଦୂଷିତ ପୂର୍ବରୁ ହିଁ ମଣିଷଙ୍କ ମୃତ୍ୟୁର କାରଣ ପାଲଟିଛି, କିନ୍ତୁ ବର୍ତ୍ତମାନ ଏହା ସହିତ ସମୁଦ୍ର ମଧ୍ୟ ମଣିଷର ମୃତ୍ୟୁର କାରଣ ହେବାକୁ ଯାଉଛି । ତେବେ ଆମେ ଏପରି କରହିବାର କାରଣ ହେଉଛି, ୩୭ ବର୍ଷ ପରେ ଆଣ୍ଟାର୍କଟିକାରେ କିଛି ଏପରି ଘଟୁଛି ଯାହା ପୂର୍ବରୁ କେବେ ଘଟିନଥିଲା । ତାହେଲେ ଆସନ୍ତୁ ଜାଣିବା ବିଶ୍ୱର ସବୁଠାରୁ ବଡ ଆଇସବର୍ଗର ଖସିବାର ପୂରା କାହାଣୀ ବିଷୟରେ ।

ଆଣ୍ଟାର୍କଟିକାରେ ଏପରି କ’ଣ ହେଲା ?
ଆମେ ଯେଉଁ ଆଇସବର୍ଗ A23aର କଥା କହୁଛେ, ତାହାର ଆରମ୍ଭ ୧୯୮୬ରେ ହୋଇଥିଲା । ଚଳିତ ବର୍ଷ ଆଣ୍ଟାର୍କଟିକାରୁ ଏକ ବରଫ ଭାଙ୍ଗିଛି ଯାହା ଦେଶର ରାଜଧାନୀ ଦିଲ୍ଲୀଠାରୁ ତିନି ଗୁଣ ବଡ ଥିଲା । ହେଲେ ଏହା ଭାଙ୍ଗିବା ପରେ ଏହି ଆଇସବର୍ଗ ନିଜ ସ୍ଥାନରେ ସ୍ଥିର ରହିଛି । କିନ୍ତୁ ବର୍ତ୍ତମାନ ୩୭ ବର୍ଷ ପରେ ମୁବ୍‌ମେଣ୍ଟ ଦେଖିବା ପାଇଁ ମିଳିଛି । ଏହାର ଅର୍ଥ ଏହା ନିଜ ସ୍ଥାନରୁ ଖସି ସମୁଦ୍ର ଆଡକୁ ଗତି କରୁଛି । ବୈଜ୍ଞାନିକମାନେ ଏହାର ଗତିବିଧିକୁ ନେଇ ଚିନ୍ତିତ, କାରଣ ଏହା କେବଳ ପଶୁମାନଙ୍କୁ ନୁହେଁ ବରଂ ମଣିଷଙ୍କୁ ମଧ୍ୟ ପ୍ରଭାବିତ କରିବ ।

ଜାଣନ୍ତୁ କେଉଁ ଦୀପ ପାଇଁ ହେବ ବିପଦ :
ସୂଚନା ମୁତାବକ, ଜର୍ଜିଆର ଲୋକମାନେ ଏହି ଆଇସବର୍ଗ ଯୋଗୁ ଅଧିକ ବିପଦରେ ଅଛନ୍ତି । ଏହି ସମୁଦ୍ର ଯୋଗୁ କିଛିଟା ସହର ବିପଦରେ ଅଛି । ବାସ୍ତବରେ ବୈଜ୍ଞାନିକମାନେ ରିସର୍ଚ୍ଚ କରିଛନ୍ତି ଯେ ଏହି ଆଇସବର୍ଗର ଗତି ଆଗାମୀ ସମୟରେ ବଢିପାରେ, ଏପରି ପରିସ୍ଥିତିରେ ଯଦି ଏହା ଭାଙ୍ଗି ଯାଏ ଏବଂ ଜର୍ଜିଆ ଦୀପ ସହିତ ସିଧାସଳଖ ଧକ୍କା ହୁଏ, ତାହେଲେ ଏହି ସମଗ୍ର ଦୀପକୁ ଧ୍ୱଂସ କରିପାରେ । ହେଲେ ଅଧିକ ସମ୍ଭାବନା ରହିଛି, ଯେ ଏହି ଆଇସବର୍ଗ ମଧ୍ୟଭାଗରୁ ଭାଙ୍ଗି ସମୁଦ୍ରରେ ମିଶିଯିବାର । କିନ୍ତୁ ଏହା ନିଶ୍ଚିତ ଭାବେ ସମୁଦ୍ରର ଜଳ ସ୍ତର ବୃଦ୍ଧି କରିବ । ବୈଜ୍ଞାନିକମାନେ ରିସର୍ଚ୍ଚ ଜରିଆରେ ଏପରି ମଧ୍ୟ କହିଛନ୍ତି ଯେ ଆଗାମୀ କିଛି ବର୍ଷଗୁଡିକରେ ସମୁଦ୍ର କୂଳରେ ଅବସ୍ଥିତି ସହରଗୁଡିକ ବିପଦର ସାମ୍ନା କରିପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.