Below header

ରାଜଧାନୀର ରାସ୍ତା ଉପରେ ପ୍ରସବ କଲେ ମହିଳା, ସମୟ ହୋଇନାହିଁ ପରେ ଆସିବ କହି ଫେରାଇ ଦେଇଥିଲେ ଡାକ୍ତର

ଭୁବନେଶ୍ୱର(କେନ୍ୟୁଜ୍): ରାସ୍ତାରେ ପ୍ରସବ କଲେ ମହିଳା । ଏହା କୌଣସି ଅପହଁଞ୍ଚ ଅଞ୍ଚଳ ନୁହେଁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏହି ଘଟଣା ।  କ୍ୟାପିଟାଲ ହସ୍ପିଟାଲରେ ଏଭଳି ଅଭାବନୀୟ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି। କ୍ୟାପିଟାଲ ହସ୍ପିଟାଲକୁ ପାନ ମୁର୍ମୁ ନାମକ ସାଲିଆ ସାହିର ଜଣେ ମହିଳା ଗର୍ଭାବସ୍ଥାରେ ଆସି ପହଞ୍ଚିଥିଲେ । ହେଲେ ପ୍ରସୂତୀ ବିଭାଗରେ ଥିବା ଡାକ୍ତର ତାଙ୍କୁ ଚିକିତ୍ସା କରିସାରିବାପରେ ଏବେ ସମୟ ହୋଇନାହିଁ ପରେ ଆସିବ କହି ସେଠାରୁ ତାଙ୍କୁ ଫେରାଇ ଦେଇଥିଲେ।

ଅନ୍ୟ କୌଣସି ଉପାୟ ନ ପାଇ ଘରକୁ ଫେରୁଥିବା ରାସ୍ତାରେ ମେଡ଼ିକାଲ ପରିସରରେ ଥିବା ରାସ୍ତା ଉପରେ ହିଁ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ଉକ୍ତ ମହିଳା । ଏହାପରେ ପୋଲିସ ସହାୟତାରେ ମହିଳାଙ୍କୁ ରାସ୍ତା ପାର୍ଶ୍ବ ରୁ ଉଦ୍ଧାର କରି ମେଡିକାଲ୍ କୁ ଅଣାଯାଇଥିଲା। ଅପରପକ୍ଷେ ସେମାନଙ୍କ ନିକଟରେ ଆଧାର କାର୍ଡ କି ରାସ ନ କାର୍ଡ ନ ଥିବାରୁ ତାଙ୍କୁ ଫେରାଇ ଦିଆଯାଇଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିବାର ମହିଳାଙ୍କ ପରିବାର ଲୋକେ କହିଛନ୍ତି । ଏହି ଘଟଣାପରେ ସ୍ୱାସ୍ଥ୍ୟ ସେବାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.