ଜାଣନ୍ତୁ ମହାବଳୀପୁରମ୍‌ର ୧୭୦୦ ବର୍ଷ ପୂର୍ବର ରହସ୍ୟ

ତାମିଲନାଡୁର ମହାବଳୀପୁରମ୍ ଐତିହାସିକ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ୍‌ର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ସାକ୍ଷାତ ହୋଇଥିଲେ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ୍ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଏବଂ ଜିନ୍‌ପିଙ୍ଗଙ୍କ ସାକ୍ଷାତ ପାଇଁ ମହାବଳୀପୁରମ୍ କାହିଁକି ଚୟନ କରାଯାଇଥିଲା। ତେବେ ଜାଣନ୍ତୁ ଆମେ ଆପଣଙ୍କୁ କହିବୁ କଣ ରହିଥିଲା ଏହା ପଛର କାରଣ ଏବଂ କଣ ରହିଛି ଏହି ଗୌରବଶାଳୀ ସହରର ଇତିହାସ।

narendar___ଜିନ୍‌ପିଙ୍ଗ ମହାବଳୀପୁରମ୍ ପହଞ୍ଚିବା ପରେ ସେ ମୋଦିଙ୍କ ସହ ଏହି ସହରର ୩ଟି ପ୍ରମୁଖ ଐତିହ୍ୟ ଅର୍ଜୁନ୍ ପ୍ରାୟଶ୍ଚିତ ସ୍ଥଳୀ, ପଞ୍ଚ ରଥ ଏବଂ ଶୋର ମନ୍ଦିର ବୁଲିଥିଲେ। ଅନୁବାଦକଙ୍କ ସହାୟତା ନେଇ ମୋଦି ଜିନ୍‌ପିଙ୍ଗଙ୍କୁ ଏହି ଐତିହ୍ୟ ସବୁର ମହତ୍ତ୍ୱ ଏବଂ ଚାଇନା ସହ ଏସବୁର ସମ୍ପର୍କ ବାବଦରେ ବୁଝାଇଥିଲେ। ଏହି ଐତିହ୍ୟ ସ୍ଥଳୀର ବିଭିନ୍ନ ପ୍ରସ୍ତର କାରୁକାର୍ଯ୍ୟ ପଲ୍ଲବ ରାଜବଂଶଙ୍କ ଦ୍ୱାରା ନିର୍ମିତ। ପଲ୍ଲବ ଶାସନ ସମୟରେ ଚାଇନା ସହ ଏହି ଅଞ୍ଚଳର ବାଣିଜ୍ୟ ସମ୍ପର୍କ ରହିଥିବା କଥିତ ଅଛି। ଏପରିକି ପରିବ୍ରାଜକ ହୁଏନ୍ସାଂ ମଧ୍ୟ ଏଠାକୁ ଆସିଥିବା ବହୁ ପୁସ୍ତକରେ ବର୍ଣ୍ଣିତ। ପୂର୍ବରୁ ଏହି ଗୌରବଶାଳୀ ସହର ମଧ୍ୟ ପଲ୍ଲବପୁରମ୍ ନାମରେ ନାମିତ ହୋଇଥିଲା।

ଏହାସହ ପଢନ୍ତୁ: ମହାବଳୀଙ୍କ ଭେଟ, ମୋଦି-ଜିନପିଙ୍ଗ ଦ୍ୱିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଆଲୋଚନା

ମନ୍ଦିର ପ୍ରାଙ୍ଗଣରେ ବୁଲାବୁଲି ପରେ ଜିନ୍‌ପିଙ୍ଗଙ୍କ ସ୍ୱାଗତରେ ଆୟୋଜିତ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଭୟ ବସି ଉପଭୋଗ କରିଥିଲେ। ବିଶିଷ୍ଟ ନୃତ୍ୟଶିଳ୍ପୀ ରୁକ୍ମିଣୀ ଦେବୀ ଅରୁଣ୍ଡାଲେଙ୍କ ଦ୍ୱାରା ୧୯୩୬ ମସିହାରେ ସ୍ଥାପିତ କଳାକ୍ଷେତ୍ର ଗ୍ରୁପ୍ ଦ୍ୱାରା ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ସେମାନେ ଆଲାରିପୁ, ପୁରାପ୍ପାଡୁ, ସେତୁବନ୍ଧନମ୍ ଏବଂ ଭଜୋରେ ଭୈୟା ରାମ୍ ଗୋବିନ୍ଦ ହରି ଆଦି ୬ ପ୍ରକାର ପ୍ରଦର୍ଶନ ରହିଥିଲା। ୟୁନେସ୍କୋ ଐତିହ୍ୟ ସ୍ଥଳ ଶୋର ମନ୍ଦିରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମୋଦି ଜିନ୍‌ପିଙ୍ଗଙ୍କୁ ନାଚିଆରକୋଲି ନାମକ ଏକ ଦୀପ ଏବଂ ସରସ୍ୱତୀଙ୍କ ଚିତ୍ର ଥିବା ତାଞ୍ଜାଭୌର ପେଣ୍ଟିଂ ଉପହାର ଦେଇଥିଲେ। ଏହି ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଜିନ୍‌ପିଙ୍ଗଙ୍କୁ ଭେଟିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.