Below header

ପିଜି ଡିଗ୍ରୀ ହାସଲ କରିବା ପୂର୍ବରୁ ଜିଲ୍ଲା ହସ୍ପିଟାଲରେ ତିନି ମାସ କାମ କରିବା ମେଡିକାଲ ଷ୍ଟୁଡେଣ୍ଟଙ୍କ ପାଇଁ ବାଧ୍ୟତାମୂଳକ

କେନ୍ୟୁଜ୍ : ପିଜି ଡିଗ୍ରୀ ହାସଲ କରିବା ପୂର୍ବରୁ ଜିଲ୍ଲା ହସ୍ପିଟାଲରେ ତିନି ମାସ କାମ କରିବା ମେଡିକାଲ ଷ୍ଟୁଡେଣ୍ଟଙ୍କ ପାଇଁ ବାଧ୍ୟତାମୂଳକ । ମେଡିକାଲ କାଉନ୍‌ସିଲ୍‌ର ବୋର୍ଡ ଅଫ୍‌ ଗଭର୍ଣ୍ଣେସ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାବର୍ଷରୁ ଏହାକୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ପିଜି ମେଡିକାଲ ଡିଗ୍ରୀଧାରୀ ଏହାକୁ ନମାନିଲେ, ସେ ଡିଗ୍ରୀ ହାସଲ କରିପାରିବେ ନାହିଁ । ଏପରିକି କୌଣସି ସ୍ଥାନରେ ଚିକିତ୍ସା କରିପାରିବେ ନାହିଁ । ପୂର୍ବରୁ ଗୁଜରାଟ ଓ ମହାରାଷ୍ଟ୍ର ପରି ରାଜ୍ୟରେ ପିଜି ଛାତ୍ରଛାତ୍ରୀ ଗ୍ରାମାଞ୍ଚଳରେ ଗୋଟିଏ ବର୍ଷ କାମ କରିବା ବାଧ୍ୟତାମୂଳକ ଥିଲା । ଏହା ଏବେ କୋର୍ଟରେ ବିଚାରାଧୀନ ରହିଛି । ଗତକାଲି ବସିଥିବା ଏହି ବୈଠକରେ କେନ୍ଦ୍ର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ନୀତି ଆୟୋଗର ସଦସ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.