Below header

କୋରାପୁଟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀର ଗଳାକାଟି ବୀଭତ୍ସ ହତ୍ୟା କଲା ସ୍ବାମୀ

କୋରାପୁଟ: କୋରାପୁଟରେ ବୀଭତ୍ସ ହତ୍ୟା। ସ୍ତ୍ରୀର ଗଳାକାଟି ଦେଲା ମଦ୍ୟପ ସ୍ୱାମୀ। କୋରାପୁଟ ସଦର ଥାନା ଧୌଡାପଦର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟା।

ମୃତ ମହିଳା ପାର୍ବତୀ କମାର। ଘଟଣାରେ ପୋଲିସ ସ୍ୱାମୀ କାର୍ତ୍ତିକ ଟାକିରିକୁ ଗିରଫ କରିଛି । ଅଭିଯୋଗ ଅନୁଯାୟୀ କାର୍ତ୍ତିକଙ୍କ ଏକ ଚିକେନ୍‌ ଦୋକାନ ରହିଛି। ଗତକାଲି ସେ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରିବା ପରେ ପତ୍ନୀ ପାର୍ବତୀଙ୍କ ସହ ଝଗଡ଼ା ହୋଇଥିଲା। କାର୍ତ୍ତିକ ଉତ୍‌କ୍ଷିପ୍ତ ହୋଇ ଚିକେନ୍‌ କଟା ଛୁରୀରେ ପାର୍ବତୀଙ୍କ ମୁଣ୍ଡକୁ ଶରୀରୁ ଅଲଗା କରିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.