Below header

ହାଇଦ୍ରାବାଦର ସୁଟିଂସେଟ୍‌ରେ ସୋନୁଙ୍କୁ ସାହାଯ୍ୟ ମାଗିବାକୁ ପହଞ୍ଚିଗଲେ ଲୋକ, ଦେଖନ୍ତୁ ସେମାନଙ୍କୁ କେମିତି ସ୍ୱାଗତ କଲେ ଅଭିନେତା

ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ସବୁବେଳେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି। ସେ ଲକ୍‌ଡାଉନ୍‌ ବେଳଠୁ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଆସୁଛନ୍ତି। ଏବେ ବି ସୋନୁ ନିଃସ୍ୱାର୍ଥପର ସେବା ଜାରି ରଖିଛନ୍ତି। ଯିଏ ବି ଟ୍ଵିଟରରେ ସୋନୁଙ୍କୁ ସହାୟତା ମାଗୁଛି ସୋନୁ ତାକୁ ତୁରନ୍ତ ସାହାଯ୍ୟ କରୁଛନ୍ତି। ତେବେ କେବଳ ଅନ୍‌ଲାଇନ୍‌ରେ ନୁହେଁ ସୋନୁ ଲୋକଙ୍କୁ ଅଫ୍‌ଲାଇନ୍‌ରେ ବି ସାହାଯ୍ୟ କରିବା ଆରମ୍ଭ କରିଦେଇଛନ୍ତି। ନିକଟରେ ସୋନୁ ଏକ ଫିଲ୍ମର ସୁଟିଂ କରୁଥିବା ବେଳେ ତାଙ୍କୁ କିଛି ଲୋକ ସାହାଯ୍ୟ ମାଗିବାକୁ ଆସିଥିଲେ ଓ ସୋନୁ ତାଙ୍କୁ ସାହାଯ୍ୟ କରିଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ସେ ସେୟାର କରିଛନ୍ତି।


ଭିଡିଓରେ ଦେଖାଯାଇଛି ଯେ ସୋନୁ ସୁଦ୍‌ ହାଇଦ୍ରାବାଦରେ ଏକ ଫିଲ୍ମର ସୁଟିଂ କରୁଥିବା ବେଳେ କିଛି ଲୋକ ତାଙ୍କୁ ସାହାଯ୍ୟ ମାଗିବାକୁ ପହଞ୍ଚିଯାଉଛନ୍ତି। ଏହା ପରେ ସେମାନେ ମଧ୍ୟ ତାଙ୍କୁ ସ୍ୱାଗତ କରୁଛନ୍ତି ଓ ସମସ୍ତଙ୍କୁ ସାହାଯ୍ୟ କରିବାକୁ ସମ୍ମତି ଜଣାଉଥିବା ଦେଖାଯାଇଛି। ସୂଚନାଯୋଗ୍ୟ ଯେ ସୋନୁ ସୁଦ୍‌ ନିଜ ଅପକମିଂ ଫିଲ୍ମ ‘Alludu Adhurs’ ର ସୁଟିଂ ହାଇଦ୍ରାବାଦରେ କରୁଥିଲେ। ଏହି ସମୟରେ ସେ ଜନସେବା ମଧ୍ୟ ଜାରି ରଖିଥିଲେ।

ପ୍ରକାଶ ଯେ କରୋନା ମହାମାରୀ ଲକ୍‌ଡାଉନ୍‌ ବେଳେ ସୋନୁସୁଦ୍‌ ଲୋକଙ୍କ ପାଇଁ ଦେବଦୂତ ସାଜିଥିଲେ। ସେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ସାହାଯ୍ୟ କରିଥିଲେ। କେବଳ ଶ୍ରମିକ ନୁହେଁ ସେ ଛାତ୍ରଛାତ୍ରୀ ଓ ଅନ୍ୟ ଅସହାୟଙ୍କୁ ବି ସହାୟତା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.