ଆଜି ରାଜ୍ୟରେ ଆଉ ୧୨୧୯ ପଜିଟିଭ୍‌ ଚିହ୍ନଟ, ଗଲା ୧୬ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୨୧୯ ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନରୁ ୭୦୮ ଓ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୫୧୧ । ଆଜି ଖୋର୍ଦ୍ଧାରୁ ୯୨ଟି ନୂଆ କେସ୍‌ ରହିଛି । ବାଲେଶ୍ୱର ଓ ସୁନ୍ଦରଗଡରୁ ସର୍ବାଧିକ ୧୦୭ ପଜିଟିଭ୍‌ ଆସିଛି । ଦ୍ୱିତୀୟରେ କଟକରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇନ୍ତି । ମୟୂରଭଞ୍ଜରୁ ୮୩, ଅନୁଗୁଳରୁ ୭୮, ଜଗତସିଂହପୁରରୁ ୫୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୦୨ ହଜାର ୭୯୩କୁ ବୃଦ୍ଧି ପାଇଛି । ଆକ୍ଟିଭ୍‌ କେସ୍‌ ୧୩ ହଜାର ୧୩୧ ଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୮୮ ହଜାର ୧୬୮ । ସେପଟେ ଆଉ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୪୪୧ରେ ପହଂଚିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.