୫୦ ବର୍ଷ ବୟସରେ ବି ୩୦ ବର୍ଷରୁ କମ ଲାଗୁଛନ୍ତି ଏହି ମହିଳା, ଦୁଇ ପିଲାଙ୍କ ମା ଦେଖାଯାଉଛନ୍ତି ଏମିତି; ଦେଖନ୍ତୁ ଭିଡିଓ

ସମଗ୍ର ବିଶ୍ୱରେ ଅନେକ ମହିଳା ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରକୃତ ବୟସଠାରୁ ବହୁତ ଛୋଟ ଦେଖାଯାନ୍ତି । ଏହିପରି ଜଣେ ମହିଳା ହେଉଛନ୍ତି ଚାଇନାର ହେନାନ ପ୍ରଦେଶର ୟେ ୱେନ। ତାଙ୍କୁ ଦେଖିଲେ କେହି ସେ ଜଣେ ୫୦ ବର୍ଷୀୟା ମହିଳା ବୋଲି କହିପାରିବେ ନାହିଁ । କିନ୍ତୁ ଏହା ହେଉଛି ସତ୍ୟ । ୱେନ, ଯିଏ ତାଙ୍କ ବୟସଠାରୁ ବହୁତ ସାନ ଦେଖାଯାଇଥାନ୍ତି ସେ ଏତେ ଫିଟ୍ ଯେ ତାଙ୍କୁ ଯିଏବି ଦେଖିବ ମାତ୍ର ୩୦ ବର୍ଷ ବୋଲି କହିବ । କେବଳ ଏତିକି ନୁହେଁ, ସେ ମଧ୍ୟ ଦୁଇଟି ସନ୍ତାନର ମା। ତାହେଲେ ଆସନ୍ତୁ ଜାଣିବା ସେ କିପରି ଏତେ ମେଣ୍ଟେନ କରିଛନ୍ତି ।

video courtesy ‘youtube’

ୟେ ୱେନଙ୍କ କହିବା ଅନୁଯାୟୀ ସେ ୩୦ ବର୍ଷ ବୟସରେ ସୁଇମିଙ୍ଗ ଆରମ୍ଭ କରିଥିଲେ। ସେବେଠାରୁ ସେ କ୍ରମାଗତ ଭାବରେ ଜିମ୍ ଯିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସେ ପହଁରି ପହଁରି ଷ୍ଟ୍ରେଟ ଅଫ ମାଲକା ପାର କରିଥିଲେ। ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ଦକ୍ଷିଣ କୋରିଆର ହାନ ନଦୀକୁ ପହଁରି ପହଁରି ପାର କରିବା । ସୁଇମିଙ୍ଗ ଏବଂ ଜିମ୍ ତାଙ୍କର ଏହି ଏଭରଗ୍ରୀନ ଚେହେରାର ରାଜ ବୋଲି ସେ କୁହନ୍ତି ।

ୱେନଙ୍କ କହିବା ଅନୁଯାୟୀ ମୁଁ ପ୍ରତିଦିନ ବହୁତ ସୁଇମିଙ୍ଗ କରେ । ଏହା ବ୍ୟତୀତ ମୁଁ ସପ୍ତାହରେ ୩ ଦିନ ଜିମରେ ୨ ଘଣ୍ଟା ବିତାଇଥାଏ । ସେ କହିଥିଲେ ଯେ ମୁଁ ୩୦ ବର୍ଷ ବୟସରେ ବହୁତ ପତଳା ଥିଲି, କିନ୍ତୁ ବର୍ତ୍ତମାନ ପହଁରିବା ଏବଂ ଜିମ୍ ହେତୁ ସମ୍ପୂର୍ଣ୍ଣ ଫିଟ ଅଛି । ସେତେବେଳେ ଏବଂ ବର୍ତ୍ତମାନର ଫଟୋ ଦେଖିବା ପରେ, ଲାଗୁଛି ଯେ ମୋର ତ୍ୱଚା ବର୍ତ୍ତମାନ ଆହୁରି ଅଧିକ ଚମକିବାରେ ଲାଗିଛି । ୱେନ ଆହୁରି କହିଛନ୍ତି ଯେ ମୁଁ ୮୦ ବର୍ଷ ବୟସ ପର‌୍ୟ୍ୟନ୍ତ ପହଁରିବାକୁ ଚାହୁଁଛି ଏବଂ ପରବର୍ତ୍ତୀ ଅନେକ ବର୍ଷ ପାଇଁ ମୁଁ ବିକିନି ପିନ୍ଧିପାରିବି ଯାହାକି ମୋର ସ୍ୱପ୍ନ । ସୂଚନା ଅନୁଯାୟୀ ୱେନ ଏକମାତ୍ର ମହିଳା ନୁହଁନ୍ତି ଯିଏ ଏତେ ଯୁବା ଦେଖାଯାଆନ୍ତି ପୂର୍ବରୁ ଏହିପରି ଅନେକ ମହିଳା ସାମ୍ନାକୁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.