ମା’ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଦଳି ଦେଲା ଦନ୍ତା, ବର୍ତ୍ତିଗଲେ ସ୍ୱାମୀ

ରାଇରଙ୍ଗପୁର : ପୁଣି ଦନ୍ତା ହାତୀ ନେଲା ଜଣେ ମହିଳାଙ୍କ ଜୀବନ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜ ଅନ୍ତର୍ଗତ ପିଢାକଟା ଜଙ୍ଗଲରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ ପନଖି ଗ୍ରାମର କେଶବ ଦେହୁରୀ ସ୍ତ୍ରୀଙ୍କ ସହ ପୀଢାକଟା ଜଙ୍ଗଲ ଦେଇ ପୁନାସିର ମା ଘର ବାଙ୍କୀ ଗ୍ରାମକୁ ଯାଉଥିଲେ।

ତେବେ ପିଢାକଟା ଜଙ୍ଗଲରେ ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ। ଦନ୍ତା ହାତୀଟି ପୁନାସୀ ଦେହୁରୀଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପୁନାସୀ ଦେହୁରୀଙ୍କ ମୃତ୍ୟୁ ଘଟିଥିଲା। ବନବିଭାଗ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି। ତେବେ କିଛି ଦିନ ପୂର୍ବରୁ ଉକ୍ତ ଦନ୍ତା ହାତୀ ଆକ୍ରମଣରେ ଜଣେ ନାବାଳିକା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.