ଜ୍ୱାଇଁର ଜଘନ୍ୟ କାଣ୍ଡ: ଶାଳୀକୁ ଦୁଷ୍କର୍ମ ପରେ ହତ୍ଯା, ଶାଶୂକୁ ବି ଛାଡିଲାନି

ଯୋଡା: ଶାଶୂ ଓ ଶାଳୀକୁ ଦୁଷ୍କର୍ମ। ଯୋଡା ସୀମାନ୍ତ ଝାଡଖଣ୍ଡ କିରିବୁରୁରେ ଜଘନ୍ୟ କାଣ୍ଡ। ନୃଶଂସତାର ସବୁ ସୀମା ପାର କଲା ଜ୍ୱାଇଁ। ଶାଶୂଙ୍କୁ ବାନ୍ଧି ଶାଳୀକୁ ଦୁଷ୍କର୍ମ କରି ହତ୍ୟା କଲା ଜ୍ୱାଇଁ । ପରେ ପୁଣି ଶାଶୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଶାଳୀର ମୃତଦେହକୁ ଘୋଷାଡି ଘୋଷାଡି ନେଇ ୨ଶହ ଫୁଟ ଖାଇରେ ଫିଙ୍ଗିଥିବା ଅଭିଯୋଗ କରିଛନ୍ତି ଶାଶୂ ।

ଚତୁରତାର ସହ ଶାଶୂ ଜଙ୍ଗଲରୁ ଖସି ଆସିଛନ୍ତି । ଅଭିଯୁକ୍ତ ଜ୍ୱାଇଁ ରୂପସିଂ ସିଦ୍ଧୁ ଫେରାର ହୋଇଥିବା ସୂଚନା ମିଳିଛି। ଶାଶୂ ଓ ଶାଳୀ ସହ ଜଙ୍ଗଲକୁ ଛତୁ ଓ କୁରକୁଟି ଆଣିବାକୁ ଯାଇଥିବାବେଳେ ଜ୍ୱାଇଁ ଏଭଳି କାଣ୍ଡ ଘଟାଇଛି। ଓଡ଼ିଶା ସୀମାନ୍ତରେ ଘଟଣା ଘଟିଥିବା କହିଛି ଝାଡଖଣ୍ଡ ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.